ପାରାଦ୍ଵୀପ: ପାରାଦ୍ଵୀପରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ ସାଗର କବଚ-୨ । ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତି ବର୍ଷ ଦୁଇଥର ଆୟୋଜିତ ହେଉଛି ଏହି ମିଳିତ ସମରାଭ୍ୟାସ ସାଗର କବଚ। ଭାରତୀୟ ନୌସେନା, କୋଷ୍ଟଗାର୍ଡ, ସିଆଇଏସଏଫ, ମତ୍ସ୍ଯବିଭାଗ, ମେରାଇନ ପୋଲିସ, ପାରାଦ୍ଵୀପ ବନ୍ଦର, କଷ୍ଟମ ବିଭାଗ, ଅଗ୍ନିଶମ ବିଭାଗ, ଓଡ଼ିଶା ପୋଲିସ, ବନ ବିଭାଗ ଏପରି ୧୮ଟି ବିଭାଗ ଏହି ସମରଭ୍ୟାସରେ ଅଂଶଗ୍ରହଣ କରୁଛନ୍ତି। ଏଗୁଡିକୁ ରେଡ୍ ଓ ବ୍ଲୁ ଏପରି ଦୁଇଟି ଟିମରେ ଭାଗ କରାଯାଛି। ରେଡ ଟିମ୍ ଆତଙ୍କବାଦୀଙ୍କ ରୂପରେ ଜଳପଥରୁ ଆସି ସ୍ଥଳପଥରେ ପ୍ରବେଶ କରି ଆକ୍ରମଣ କରିବାକୁ ଯୋଜନା କରିବ। ଏହି ଆକ୍ରମଣକୁ ପଣ୍ଡ କରିବା ପାଇଁ ଉଦ୍ୟମ କରିବ ବ୍ଲୁ ଟିମ୍। 


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷର ଦ୍ବିତୀୟ ସମରାଭ୍ୟାସ ସାଗର କବଚ-୨ ଦୁଇ ଦିନ ଧରି ଚାଲିବ। ଏହି ମିଳିତ ସମରାଭ୍ୟାସରେ ଜଳପଥରୁ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରୀଙ୍କୁ କିପରି ପ୍ରତିରୋଧ କରାଯାଇପାରିବ ଏହାର ସମସ୍ତ କଳା କୌଶଳ ପ୍ରଦର୍ଶନ କରିବେ ୧୮ଟି ବିଭାଗ।