ପୁରୀ:  ନୌସେନା ଦିବସ ପାଳନ ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରାତି ପାହିଲେ ପୁରୀ ବେଳାଭୂମିରେ ଲାଗିବ ଗହଳୀ । ସମୁଦ୍ର ଏବଂ ଆକାଶରେ ପାରଦର୍ଶିତା ଦେଖାଇବ ଭାରତୀୟ ନୌସେନା । ଏହି କାର୍ଯ୍ୟକ୍ରମର ଶୋଭା ବଢାଇବା ପାଇଁ ଯୁବ ଇଞ୍ଜିନିୟର ବିଶ୍ୱଜିତ୍ ନାୟକ ନୌସେନା ଦିବସ ଅବସରରେ କେବଳ ଆଇସକ୍ରିମ କାଠରେ ଗଢିଛନ୍ତି INS Vikrantର ପ୍ରତିକୃତି। ନୌସେନା ଦିବସରେ  INS Vikrant ଜାହାଜର ଏକ ମଡେଲ ତିଆରି କରିଛନ୍ତି। ଯାହାର ଉଚ୍ଚତା ରହିଛି "16 ଇଞ୍ଚ" ଏବଂ ଲମ୍ବ "23 ଇଞ୍ଚ" । ଏଥିରେ ମୋଟ 675 ଖଣ୍ଡ ଆଇସକ୍ରିମ କାଠି ବ୍ୟବହାର କରାଯାଇଛି । ଏହି ଯୁଦ୍ଧ ଜାହାଜର ପ୍ରତିକୃତିକୁ ସଂପୂର୍ଣ୍ଣ କରିବାକୁ ୩ ଦିନ ସମୟ ଲାଗିଛି । ଏଥିରେ ଅଠା ଏବଂ ନୂଆ ଆଇସ୍କ୍ରିମ୍ ଷ୍ଟିକ୍ ବ୍ୟବହାର କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ, ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ Indian Navy Day ଉପଲକ୍ଷେ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକା କୃତି। ପୁରୀରେ ବ୍ଲୁଫ୍ଲାଗ ବିଚରେ ଅନୁଷ୍ଠିତ ହେବାକୁ ଥିବା Indian Navy Day ର ଭବ୍ୟ ଉତ୍ସବ ଉପଲକ୍ଷେ ବାଲୁକା କଳା ମାଧ୍ୟମରେ ମାନସ ଭାରତୀୟ ନୌସେନାର ଗାଥାକୁ ପ୍ରଦର୍ଶିତ କରିଛନ୍ତି । ସେ ତାଙ୍କ ବାଲୁକା କଳାରେ Indian Navy: The Crown Jewel ର ବାର୍ତ୍ତା ଦେଇଛନ୍ତି । ଏହି ବାଲୁକା କଳା ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୮ ଘଣ୍ଟା ସମୟ ଲାଗିଥିଲା । ଏହି ବାଲୁକା କଳାଟି ୨୦ଫୁଟ ଓସାର ବିଶିଷ୍ଟ । ଏଥିରେ ମୋଟ ୧୦ ଟନ ବାଲି ବ୍ୟବହାର କରାଯାଇଛି ବୋଲି ମାନସ ନିଜ ପ୍ରତିକ୍ରିୟାରେ କହିଛନ୍ତି।


Also Read- Shukra Shani Yuti 2024: ଶନିଙ୍କ ରାଶିରେ ଶୁକ୍ର ଚଳନ, ନୂଆ ବର୍ଷ ପୂର୍ବରୁ ଫିଟିବ ୫ ରାଶିର ଭାଗ୍ୟ


Also Read- ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ରାଷ୍ଟ୍ରପତି