Odisha News: ଋଷିକୁଲ୍ୟା ଓ ବଡ଼ ନଦୀରେ ବାଲି ମାଫିଆଙ୍କ ରାଜ, ନଷ୍ଟ ହେଉଛି ଜୈବ ବିବିଧତା , ଆସିକା ଜଳମଗ୍ନ ହେବା ଆଶଙ୍କା!
Odisha News: ବାଲି ମାଫିଆମାନେ ଆସିକା ବ୍ଲକ ରିଷିପୁର, ନିରାଳ, ହରିଡ଼ା ପଦର, ପଥରା, ଗବନଲା, ମୁକୁନ୍ଦ ପୁର, ସୁନାମ୍, ମସାଣି ପାର୍ଶ୍ଵ, ସୁବର୍ଣେଶ୍ୱର ମନ୍ଦିର ପାର୍ଶ୍ଵ, ବସ୍ଷ୍ଟାଣ୍ଡ ଓମ୍ ଶାନ୍ତି ଗଳି, ବାରଗାଁ ନଦୀ ହୁଡ଼ା ଆଦି ସ୍ଥାନକୁ ସଫା କରି ଦିବାନିଶି ବେଡ଼କ ଭାବେ ବାଲି ଚୋରା ଚାଲାଣ କରିବାକୁ ଟିକେ ବି ପଛଘୁଞ୍ଚା ଦେଉ ନାହାଁନ୍ତି।
Odisha News: (ପ୍ରେମାନନ୍ଦ ପୂଜାରୀ) ଖୋଦ୍ ବାଣିଜ୍ୟ ପରିବହନ ଓ ଖଣି ମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଜିଲ୍ଲା ଆସିକାର ଜୀବନରେଖା କୁହାଯାଉଥିବା ଦୁଇ ନଦୀ ଋଷିକୁଲ୍ୟା ଓ ବଡ ନଦୀ ଉପରେ ବର୍ଷ ବର୍ଷ ଧରି ବାଲି ମାଫିଆଙ୍କ କବ୍ଜାରେ ରହିଛି। ପ୍ରଶାସନିକ ଓ ରାଜନୈତିକ ସ୍ତରରେ ବାଲି ମାଫିଆଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଓ ବେଫିକର ଭାବେ ନିତିଦିନିଆ ବାଲି ଉତ୍ତୋଳନରେ ଲାଗିପଡିଛନ୍ତି ବାଲି ମାଫିଆ। ସ୍ଥାନୀୟ ପ୍ରଶାସନର ଅଦୃଶ୍ୟ ଶକ୍ତିର ଆଶୀର୍ବାଦ ଯୋଗୁଁ ବାଲି ମାଫିଆମାନେ ଦିନ ଦ୍ବିପ୍ରହରରେ ବେଧଡ଼କ ଭାବେ ଶହ ଶହ ଗାଡ଼ି ଯୋଗେ ବାଲି ଜିଲା ତଥା ଜିଲ୍ଲା ବାହାରକୁ ଚାଲାଣ କରି କୋଟି ଟଙ୍କା ଆଦାୟ କରିବାକୁ ଲାଗିଛନ୍ତି। କିନ୍ତୁ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି। ବାଲି ମାଫିଆମାନେ ଆସିକା ବ୍ଲକ ରିଷିପୁର, ନିରାଳ, ହରିଡ଼ା ପଦର, ପଥରା, ଗବନଲା, ମୁକୁନ୍ଦ ପୁର, ସୁନାମ୍, ମସାଣି ପାର୍ଶ୍ଵ, ସୁବର୍ଣେଶ୍ୱର ମନ୍ଦିର ପାର୍ଶ୍ଵ, ବସ୍ଷ୍ଟାଣ୍ଡ ଓମ୍ ଶାନ୍ତି ଗଳି, ବାରଗାଁ ନଦୀ ହୁଡ଼ା ଆଦି ସ୍ଥାନକୁ ସଫା କରି ଦିବାନିଶି ବେଡ଼କ ଭାବେ ବାଲି ଚୋରା ଚାଲାଣ କରିବାକୁ ଟିକେ ବି ପଛଘୁଞ୍ଚା ଦେଉ ନାହାଁନ୍ତି।
ଏମାନଙ୍କ ପଛରେ ଆସିକା ତହସିଲ, ଖଣି ବିଭାଗ, ଆସିକା ପୁଲିସ, ଜଳସେଚନ ବିଭାଗ, ପାନୀୟ ଜଳ ବିଭାଗର ଅଦୃଶ୍ୟ ଆଶୀର୍ବାଦ ରହିଥିବା ଜନସାଧାରଣ ରେ ଆଲୋଚନା ର ବିଷୟ ପାଲଟିଛି । ତେବେ ବର୍ଷ ତମାମ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ଯେଉଁ ସବୁ ସ୍ଥାନରେ ନଦୀ ହୁଡ଼ା କଟା ଯାଇ ବାଲି ଚୋରା ଚାଲାଣ ହେଉଛି ସେ ସ୍ଥାନରେ ଜଳସେଚନ ବିଭାଗ ମାଫିଆଙ୍କ ବିରୁଦ୍ଧରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଜଳସେଚନ ବିଭାଗୀୟ ଅଧିକାରୀ ଓ ମାଫିଆଙ୍କ ମଧ୍ୟରେ ଭିତିରି ସମ୍ପର୍କ ଥିବା ମଧ୍ୟ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି। ନଦୀ ଗର୍ଭରୁ ବାଲି ଚାଲାଣ ପାଇ ଏକାଧିକ ସ୍ଥାନରେ ନଦୀ ହୁଡାକୁ କଟାଯାଇ ଗମନାଗମନ ବ୍ୟବସ୍ଥା କରାଯାଉଛି। ଏହି ବ୍ୟବସ୍ଥା ମଧ୍ୟରେ ଅଧିକ ବର୍ଷା ହୋଇ ନଦୀ ଦୁଇଟିରେ ବନ୍ୟା ଆସେ ତେବେ ହୁଡ଼ା କଟାଯାଇଥିବା ହୁଡା ସ୍ଥାନରେ ମାଟି ଧସିଯାଇ ଆସିକା ତଥା ଆଖପାଖ ଗାଁରେ ପାଣି ପଶିଯିବା ସମ୍ଭାବନା ରହିଛି।
ବିଗତ ଦିନ ମାନଙ୍କରେ ଏହି ଭଳି ପରିସ୍ଥିତି ଦେଇ ଆସିକା ଅଞ୍ଚଳବାସୀ ଗତି କରିଥିବାରୁ ଆଗାମୀ ଦିନରେ ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ମଧ୍ୟ ରହିଛି। ଚୋରା ବାଲି ଚାଲାଣକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ସହ ଗ୍ରାମବାସୀଙ୍କ ରାସ୍ତାରୋକ ସତ୍ତ୍ୱେ ଏହାର କୌଣସି ପ୍ରଭାବ ପଡୁ ନାହିଁ। ଏହି ବେଆଇନ କାରବାର ଦିନ ପ୍ରତିଦିନ ବୃଦ୍ଧି ପାଇ ଚାଲିଥିବା ବେଳେ ଆଇନ ଶୃଙ୍ଖଳା ବ୍ୟବସ୍ଥା ମଧ୍ୟ ଭୁଷୁଡିବା ରେ ଲାଗିଛି। ଆସିକା ଥାନା ପୋଲିସ ସବୁ ଜାଣି ମଧ୍ୟ ଚୁପ୍ ରହୁଥିବା ବେଳେ ଖୋଦ୍ ଲଘୁଖଣିଜ ମନ୍ତ୍ରୀଙ୍କ ଜିଲ୍ଲା ରେ ଏଭଳି ଅବ୍ୟବସ୍ଥା ଦେଖାଦେଇଛି । ଯାହାକୁ ନେଇ ଆସିକା ତଥା ଆଖପାଖ ଅଞ୍ଚଳରେ ଅସନ୍ତୋଷ ର ଦାନା ବୃଦ୍ଧି ପାଇଚାଲିଥିବା ବେଳେ ଏହାକୁ ରୋକା ନଗଲେ ଆଗାମୀ ଦିନରେ ବଡଧରଣର ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡିଛି।