Vigilance Case: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଏଥର ନୟାଗଡ ଜିଲ୍ଲା ସବ ରେଜିଷ୍ଟାର ଅଫିସର ଶାଶ୍ୱତ କୁମାର ପଟ୍ଟନାୟକଙ୍କୁ ଧରିଛି ଭିଜିଲାନ୍ସ । ତାଙ୍କୁ ଗିରଫ କରାଯିବା ସହିତ ଭୁବନେଶ୍ୱର ଭିଜିଲାନ୍ସ କୋର୍ଚକୁ ଫରୱାର୍ଡ କରାଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଏବଂ ଆୟ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ନପାରିବା କାରଣରୁ ଶାଶ୍ୱତଙ୍କୁ ଗିରଫ କରାଯାଇଛି । U/s 13(2) r/w 13(1)(b) P.C. Amendment Act, 2018 ଅନୁଯାୟୀ ଭିଜିଲାନ୍ସ କେସ ହୋଇଛି ।


COMMERCIAL BREAK
SCROLL TO CONTINUE READING

ଭିଜିଲାନ୍ସ ଦ୍ୱାରା ତାଙ୍କର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି । ତନ୍ମଧ୍ୟରେ ରହିଛି କେନ୍ଦ୍ରାପଡା ତଳବାରଙ୍ଗରେ ଥିବା ୨୩୫୦ ବର୍ଗଫୁଟର ଦୁଇ ମହଲା କୋଠା । ଅନ୍ୟ ଏକ ତଳଗାଁରେ ଥିବା ୨୧ଶହ ବର୍ଗଫୁଟର ୨ମହଲା କୋଠା । କଟକ, ଜଟଣି, ଖୋର୍ଦ୍ଧା ସମେତ କେନ୍ଦ୍ରାପଡାରେ ୬ଟି ପ୍ଲଟ । ଜମନି କିଣିବାକୁ ରିଟେଲରଙ୍କୁ ଦିଆଯାଇଥିବା ୬,୫୪,୫୦୦ ଟଙ୍କା । ଗୋଟିଏ ୪ ଚକିଆ ଏବଂ ୩ଟି ଦୁଇ ଚକିଆ ଯାନ ।


ସୂଚନା ମୁତାବକ, ସବ ରେଜିଷ୍ଟାର ଅଫିସର ଶାଶ୍ୱତ କୁମାର ପଟ୍ଟନାୟକଙ୍କ ଆୟଠାରୁ ୭୯ ପ୍ରତିଶତ ଅଧିକ ସମ୍ପତ୍ତି ଥିବା କୁହାଯାଉଛି । ତେବେ ଆୟ ବହିର୍ଭୁତ ଟଙ୍କା କେଉଁଠୁ ଆସିଲା ସେନେଇ ତନାଘନା ଚାଲିଛି 


Also Read- ଜନ୍ମଦିନରେ ଅସୁସ୍ଥ ହେଲେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ଘରୋଇ ହସପିଟାଲରେ ଭର୍ତ୍ତି


Also Read- ଯାଜପୁର ପିହୁ ନିଖୋଜ ମାମଲା, ଆମରଣ ଅନଶନରେ ମା'