Satish Chandra Samal: ଭୁବନେଶ୍ୱର: ଓଡିଶା ପ୍ରଶାସନିକ ଅଧିକାରୀଙ୍କ ସ୍ତରରେ ଅଦଳବଦଳ। ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏନେଇ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଗୃହବିଭାଗରେ ବରିଷ୍ଠ ସଚିବ ଭାବେ କାର୍ଯ୍ୟ କରୁଥିବା ସତୀଶ ଚନ୍ଦ୍ର ସାମଲଙ୍କୁ ମୁଖ୍ୟମନ୍ତ୍ରୀ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ପ୍ରଦାନ କରିଛନ୍ତି ଓଡ଼ିଶା ସରକାର। ସେହିପରି ସଞ୍ଜୟ କୁମାର ବୈରିଗଞ୍ଜନଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ କଲ୍ୟାଣ, ଶକ୍ତି ମନ୍ତ୍ରୀଙ୍କ ଓଏସଡି ଭାବେ ନିଯୁକ୍ତ ପ୍ରଦାନ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ପ୍ରକାଶ କୁମାର ମହାନ୍ତିଙ୍କୁ ଆଇନ, କାର୍ମିକ ଓ ଅବକାରୀ ବିଭାଗର ମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଶ୍ରୀ ରାଜରାଜ ସାମନ୍ତରାୟଙ୍କୁ ଜଙ୍ଗଲ, ପରିବେଶ ବିଭାଗ ମନ୍ତ୍ରୀଙ୍କ ଅତିରିକ୍ତ ସଚିବ, ଶାରଦା କୁମାର ରଥଙ୍କୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଓଏସଡି ଭାବେ ନିଯୁକ୍ତ ଦିଆଯାଇଛି।