Odisha News: ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇବାରେ ଲାଗିଥିବା ବେଳେ, ସ୍କୁଲ ଛାତ୍ରୀଛାତ୍ରୀଙ୍କ ସୁରକ୍ଷାକୁ ନଜର ରଖି ସ୍କୁଲ ଯିବା ଆସିବା  ସମୟରେ ପରିବର୍ତ୍ତନ କରାଯାଇଛି। ରାଜ୍ୟର ୫ଟି ଜିଲ୍ଲାରେ  ଅସହ୍ୟ ଖରାକୁ ଦୃଷ୍ଟିରେ ରଖି ସ୍କୁଲ୍ ଟାଇମ ପରିବର୍ତ୍ତନ କରିଛି ଜିଲ୍ଲା ପ୍ରଶାସନ। ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବା ବେଳେ ଏବେ ଅନୁଗୁଳ, ସୁନ୍ଦରଗଡ, ନବରଙ୍ଗପୁର ଏବଂ କନ୍ଧମାଳ ଜିଲ୍ଲାରେ ସ୍କୁଲ ସମୟ ବଦଳିଛି । ସକାଳ ୬.୩୦ରୁ ସାଢେ ୧୦ଟା ଯାଏଁ  ପାଠପଢା ଚାଲିବା ନେଇ ସ୍ଥିର କରାଯାଇଛି। 
ତେବେ ଏହି ସବୁ ଜିଲ୍ଲାମାନଙ୍କରେ ୪୦ ଡିଗ୍ରି ଅତିକ୍ରମ କରିଛି ଦିନ ତାପମାତ୍ରା।ସୁନ୍ଦରଗଡରେ ୪୦.୮ ଓ ଫୁଲବାଣୀରେ ବି ତାପମାତ୍ରା ୪୧.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ସକାଳୁଆ ସ୍କୁଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ପାଠପଢା ଚାଲିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା। କିନ୍ତୁ ରାଜ୍ୟରେ ବର୍ଦ୍ଧିତ ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। 
ତେବେ ସୁନ୍ଦରଗଡରେ ୪୦.୮ ଓ ଫୁଲବାଣୀରେ ବି ତାପମାତ୍ରା ୪୧.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏହି ଜିଲ୍ଲାଗୁଡିକରେ ତାପମାତ୍ରା ବଢୁଥିବାରୁ ସ୍କୁଲଗୁଡିକର ପାଠପଢା ସମୟରେ ପରିବର୍ତ୍ତନ କରାଯାଇଛି ।