School Holiday Today: ସ୍କୁଲ୍ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ବଡ଼ ଖବର। ଆଜି କୋରାପୁଟ୍ ଜିଲ୍ଲାର ସମସ୍ତ ସ୍କୁଲ୍  ଓ ଅଙ୍ଗନବାଡି କେନ୍ଦ୍ର  ଛୁଟି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି  ଏପରି ନିସ୍ପତ୍ତି ନିଆଯାଇଛି।  ବର୍ଷା ପାଇଁ ରେଡ୍ ଆଲର୍ଟ ଥିବାରୁ ସମସ୍ତ ସ୍କୁଲ୍ କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏହାସହ ପଦାକୁ ନ ବାହାରିବାକୁ କହିଛନ୍ତି।  ନିଜ ନିଜ ପକ୍କା ଘର କିମ୍ବା ଆଶ୍ରୟସ୍ଥଳରେ ରହିବାକୁ କହିଛନ୍ତି ଜିଲ୍ଲାପାଳ।  ପରିସ୍ଥିତି ଉପରେ ନଜର ରଖିବାକୁ ପ୍ରଶାସନକୁ କୁହାଯାଇଛି। ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। 


COMMERCIAL BREAK
SCROLL TO CONTINUE READING

ALSO READ: Weather Update: ଲଘୁଚାପ ପ୍ରଭାବରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ


ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ୍ ଓ ଗଜପତି ଜିଲ୍ଲାକୁ ସତର୍କ କରାଯାଇଛି।  ଏହି-ସବୁ ଜିଲ୍ଲାରେ ୭ ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।  ବର୍ଷା ସମୟରେ ଘରୁ ନ ବାହାରିବାକୁ ଏସଆରସି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେହିପରି, ନବରଙ୍ଗପୁର, ରାୟଗଡା, ଗଂଜାମକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହିସବୁ ଜିଲ୍ଲାରେ ୭୦ରୁ ୨୦୦ ମିଲି ମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏବଂ ଗଂଜାମ, ଗଜପତି, କଳାହାଣ୍ତି, କନ୍ଧମାଳ, କେନ୍ଦ୍ରାପଡା,କଟକ, ଜଗତସିଂହପୁର, ନୂଆପଡା, ନୟାଗଡ , ଖୋର୍ଦ୍ଧା ଏବଂ ପୁରୀକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ଷା ସମୟରେ ୩୫ରୁ ୪୫ କିମି ବେଗରେ ପବନ ବହିବ। ପ୍ରଭାବରେ ସମୁଦ୍ର ଆଶାନ୍ତ ରହିବ। ଏନେଇ ଆଜି ଓ ଆସନ୍ତାକାଲି ମତ୍ସଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି।