Odisha News: ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର (Sambalpur mla Jayanarayan Mishra)ଙ୍କ ନାଁ ରେ ଗୁରୁତର ଅଭିଯୋଗ ଆଣିଲେ ବିଜେପି ମହିଳା ମୋର୍ଚ୍ଚା ସଭାପତି ଅନ୍ନପୂର୍ଣ୍ଣା ବାରିକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନମସ୍କାର କରୁଛ ମୋ ଝିଅକୁ କାହିଁକି ନମସ୍କାର କରୁନାହଁ ବୋଲି ଜୟ ନାରାୟଣଙ୍କ ଫୋନରେ ତାଙ୍କ ସ୍ତ୍ରୀ କହିଥିବାର ଅଭିଯୋଗ କରିଛନ୍ତି ଅନ୍ନପୂର୍ଣ୍ଣା । ତା ସହ ତାଙ୍କୁ ଏ ପଦବୀ କିଏ କରେଇଥିଲା ଓ ତାଙ୍କୁ ପରିଚୟ କିଏ ଦେଇଥିଲା ବୋଲି ମଧ୍ୟ ଜୟ ନାରାୟଣଙ୍କ ସ୍ତ୍ରୀ କହିଥିବାର ଅଭିଯୋଗ ମଧ୍ୟ ହୋଇଛି । କିଛି ଦିନ ହେବ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଝିଅ ସମ୍ବଲପୁର ଆସିଥିଲେ । 


COMMERCIAL BREAK
SCROLL TO CONTINUE READING

ଏହାବି ପଢନ୍ତୁ: Puri News: ଆଜି ଏହି ୫ ଜିଲ୍ଲାର ଭକ୍ତ ବୁଲିବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ


ତାଙ୍କୁ ବିଭିନ୍ନ ସ୍ଥାନ ନେଇ ବୁଲେଇବା ପାଇଁ ଅନ୍ନପୂର୍ଣ୍ଣାଙ୍କୁ କହିଥିଲେ ଜୟ ନାରାୟଣଙ୍କ ସ୍ତ୍ରୀ । କିନ୍ତୁ ଅନ୍ନପୂର୍ଣ୍ଣା କହିଥିଲେ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଟିକେଟ ଫାଇନାଲ ହୋଇ ନାହିଁ । ଦଳ ଯାହାଙ୍କୁ ଟିକେଟ ଦେବ ତାଙ୍କ ପାଇଁ ସମସ୍ତେ କାମ କରିବେ । କିନ୍ତୁ କିଛିବି ହୋଇ ନ ଥିବା ବେଳେ ଏଭଳି ଚାପ ପ୍ରୟୋଗ ର କାରଣ କଣ ବୋଲି କହିଛନ୍ତି ଅନ୍ନପୂର୍ଣ୍ଣା ।


ଜୟ ନାରାୟଣଙ୍କ ସ୍ତ୍ରୀଙ୍କ ଫୋନ କଲରୁ ଏଭଳି ଦୁର୍ବ୍ୟବହାର ଓ ଅପମାନ ସୂଚକ ଶବ୍ଦ ବ୍ୟବହାର କରିଥିବା କାରଣରୁ ସେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିବା କହିଛନ୍ତି । ଦୀର୍ଘ ୨୫ ବର୍ଷ ହେବ ସେ ପାର୍ଟି ପାଇଁ କାମ କରି ଏଭଳି ଫଳ ମିଳିବ ବୋଲି ସେ ଆଶା କରି ନଥିଲେ। ଇସ୍ତଫା ପତ୍ର ସେ ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ଗିରିଶ ପଟେ, ରାଜ୍ୟ ଉପ ସଭାପତି ନାଉରୀ ନାୟକ ଓ ରାଜ୍ୟ ସଭାନେତ୍ରୀ ଐଶ୍ଵର୍ୟା ବିଶ୍ୱାଳ ଙ୍କୁ ଦେଇଥିବାର କହିଛନ୍ତି ।