Sikkim Flood: ସିକ୍କିମ୍ ବୁଲିବାକୁ ଯାଇଥିବା ୩ ଓଡି଼ଆ ପର୍ଯ୍ୟଟକ ନିଖୋଜ (3 Odia Tourist Missing) । ସିକ୍କିମ୍ ପ୍ରୟଳଙ୍କାରୀ ବନ୍ୟାରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୫ ଜଣ ଯବାନଙ୍କ ସମେତ ୧୦୩ ଜଣରୁ ଉର୍ଦ୍ଧ୍ୱ ନିଖୋଜ ରହିଛନ୍ତି । ବିପର୍ଯ୍ୟୟର ତୃତୀୟ ଦିନରେ ଆବର୍ଜନା ଓ କାଦୁଅରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ କାର୍ଯ୍ୟ କରୁଛନ୍ତି। ଏଥିରେ ପ୍ରାୟ ୨୫ ହଜାର ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ସିକ୍କିମ୍ ପ୍ରାକୃତିକ ବିପର୍ଯ୍ୟୟରେ (Disaster in Sikkim) ୩ ଓଡି଼ଆ ପର୍ଯ୍ୟଟକ ନିଖୋଜ । ଏହି ୩ ନିଖୋଜଙ୍କ ମଧ୍ଯରେ ଢେଙ୍କାନାଳ ଜିଲ୍ଲା (Dhenkanal) ସିମିନଈ ଗାଁର ଚନ୍ଦ୍ରଶଖର ସିଂ, ଅଙ୍କରାନ୍ତିପୁର ନୂଆଗାଁ ସାହିର ନିର୍ମଳ ନାଥ ଓ ଅଙ୍କରାନ୍ତିପୁରର ପ୍ରମୋଦିନୀ ଜେନା ନାମକ ଜଣେ ଯୁବତୀ ସାମିଲ ଥିବା ଜଣାପଡ଼ିଛି । ଏମାନଙ୍କ ବୟୟ ୨୪ରୁ ୨୫ ବର୍ଷ ମଧ୍ଯରେ ହେବ ବୋଲି ଜଣାପଡ଼ିଛି । ଚନ୍ଦ୍ରଶେଖର ନିଜର ୭ ଜଣ ସାଙ୍ଗଙ୍କ ସହ ମିଶି ଗତ ଅକ୍ଟୋବର ୧ ତାରିଖରେ ସିକ୍କିମ୍ ବୁଲିବା ଯାଇଥିଲେ । ମଙ୍ଗଳବାର ଦିନ ପରିବାର ଲୋକଙ୍କ ସହ ସେ ଶେଷ ଥର ଫୋନ ଯୋଗୁଁ କଥା ହୋଇଥିଲେ । ମାତ୍ର ଅପରାହ୍ନ ପରେ ଆଉ ତାଙ୍କ ଫୋନ ଲାଗିନଥିଲା । ଫୋନ୍ ନଲାଗିବାରୁ ବ୍ୟସ୍ତ ହୋଇପଡ଼ିଛନ୍ତି ପରିବାର ଲୋକେ । ପୁଅଙ୍କ ସହ ଯୋଗାଯୋଗ ହୋଇପାରିନଥିବାରୁ ପୁଅ ନିଖୋଜ ଥିବା ନେଇ ପରିବାର ଲୋକେ ଜିଲ୍ଲାପାଳଙ୍କ (Dhenkanal Collector) ଦ୍ବାରସ୍ଥ ହୋଇଛନ୍ତି । ନିଖୋଜଙ୍କୁ ଖୋଜି ଆଣିବାକୁ ପରିବାର ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରାଯାଇଛି । ଏନେଇ ଢେଙ୍କାନାଳ ଏସପି ଗ୍ୟାଙ୍ଗଟକ୍ ପୋଲିସ ସହ ଯୋଗାଯୋଗ କରିଥିବା ଜଣାପଡିଛି ।


ଅନ୍ୟପଟେ, ଏହି ପ୍ରଳୟଙ୍କାରୀ ବନ୍ୟାରେ ସହିଦ୍ ହୋଇଛନ୍ତି ଓଡି଼ଆ ଯବାନ୍ ସରୋଜ ଦାସ (Jawan Saroj Kumar Das )।  ଆଜି ତାଙ୍କ ପାର୍ଥିବ ଶରୀର ଜନ୍ମମାଟି ଢେଙ୍କାନାଳ ଜିଲ୍ଲାର କେନ୍ଦୁଢିପି ଗାଁରେ ପହଞ୍ଚିବ।  ଶନିବାର ଅପରାହ୍ନରେ ସହିଦ୍ ସରୋଜଙ୍କ ପାର୍ଥିବ ଶରୀରର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ ଥିବା ଜଣାପଡି଼ଛି। ସେଠାରେ ସହିଦଙ୍କୁ ଗାର୍ଡ଼ ଅଫ୍ ଅନର (Guard of Honour) ପ୍ରଦାନ କରାଯିବ। ସେଠାରୁ ତାଙ୍କ ମର ଶରୀରକୁ ସ୍ବତନ୍ତ୍ର କରିଡରରେ ସିଧାସଳଖ କେନ୍ଦୁଢିପିକୁ (kendudhipi) ନିଆଯିବ। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯିବା ନେଇ କାର୍ଯ୍ୟକ୍ରମ ରହିଛି।


Also Read-Odisha News: ଆଖିରୁ ଶୁଖୁନି ଲୁହ, ମାଟି ମା'ର ସେବା କରିବାକୁ ଯାଇ କାଦୁଅ ମାଟିରୁ ଉଦ୍ଧାର ହେଲା ସହିଦ ଯବାନଙ୍କ ଶରୀର


Also Read-Mind Game: ସତ ଘଟଣାକୁ ପୁଣିଥରେ ଫିଲ୍ମ ମାଧ୍ୟମରେ ଦେଖିଲେ ପାଟଣାଗଡ଼ ପୀଡିତା, କହିଲେ...