Similipal: ଆସନ୍ତା ୧୨ତାରିଖରୁ ପର୍ଯ୍ୟଟକଙ୍କୁ ଶିମିଳିପାଳ ମନା, ପ୍ରଶାସନ ପକ୍ଷରୁ କାହିଁକି ମନା କରାଯାଇଛି ଜାଣନ୍ତୁ...
![Similipal: ଆସନ୍ତା ୧୨ତାରିଖରୁ ପର୍ଯ୍ୟଟକଙ୍କୁ ଶିମିଳିପାଳ ମନା, ପ୍ରଶାସନ ପକ୍ଷରୁ କାହିଁକି ମନା କରାଯାଇଛି ଜାଣନ୍ତୁ... Similipal: ଆସନ୍ତା ୧୨ତାରିଖରୁ ପର୍ଯ୍ୟଟକଙ୍କୁ ଶିମିଳିପାଳ ମନା, ପ୍ରଶାସନ ପକ୍ଷରୁ କାହିଁକି ମନା କରାଯାଇଛି ଜାଣନ୍ତୁ...](https://hindi.cdn.zeenews.com/hindi/sites/default/files/styles/zm_500x286/public/2024/06/07/2929722-youthumbnail-1-10.jpg?itok=HwPoar4I)
ଭୁବନେଶ୍ଵର: ଆଗକୁ ବର୍ଷା ଋତୁ ଆସୁଛି। ଏହି ଅବସରରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ବାଘ ସଂରକ୍ଷଣ ସ୍ଥାନ। ଆସନ୍ତା ଜୁନ ୧୨ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଟାଇଗର ରିଜର୍ଭ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏନେଇ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଜି ନୋଟିସ ଜାରି କରାଯାଇଛି।
ଭୁବନେଶ୍ଵର: ଆଗକୁ ବର୍ଷା ଋତୁ ଆସୁଛି। ଏହି ଅବସରରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ବାଘ ସଂରକ୍ଷଣ ସ୍ଥାନ। ଆସନ୍ତା ଜୁନ ୧୨ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଟାଇଗର ରିଜର୍ଭ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏନେଇ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଜି ନୋଟିସ ଜାରି କରାଯାଇଛି। ଯାହା ପର୍ଯ୍ୟଟକ ମାନଙ୍କୁ ବୁଲା ବୁଲି କରିବାରେ ବାଧା ସୃଷ୍ଟି କରିଛି।
ସେହିପରି ଶିମିଳିପାଳ ଟାଇଗର ସଂରକ୍ଷଣ ବନ୍ଦ ନେଇ ଘୋଷଣା କରାଯାଇ ଥିଲେ ବେଳେ ଅଭୟାରଣ୍ୟ ମଧ୍ୟରେ ଥିବା କୁଁମାରୀ, ଜାମୁଆଣି, ଗୁରୁ ଗୁଡ଼ିଆ ଏବଂ ରାମତୀର୍ଥ ଇକୋ ଟୁରିଜିମ୍ ଖୋଲା ରହିବ ବୋଲି କର୍ତ୍ତୃପକ୍ଷ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।