Srimandira: ଆସନ୍ତା କାଲିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ
Srimandira: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚନା ଅନୁସାରେ ଶ୍ରୀଜିଉମାନଙ୍କ ନୀତି ରିତି ସମ୍ପନ୍ନ ହେବାପରେ ଏଏସ୍ଆଇ ଟିମ୍ ମନ୍ଦିର ଭିତରେ ପ୍ରବେଷ କରିବେ। ସାଢ଼ା ୧୨ଟାରୁ ସାଢ଼େ ୫ଟା ଭିତରେ ମରାମତି କାର୍ଯ୍ୟ ଶେଷ କରିବା ପରେ ସେମାନେ ବାହାରକୁ ଆସିବେ ଏବଂ ପୁଣିଥରେ ଅବଶିଷ୍ଟ ନୀତି ଆରମ୍ଭ ହେବ।
Srimandira: ଆସନ୍ତାକାଲିଠାରୁ ପୁଣିଥରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ। ଅପରାହ୍ଣ ୧୨ଟା ୩୦ରୁ ଏଏସ୍ଆଇ ଟିମ୍ ଦ୍ୱାରା ଭିତର ଓ ବାହାର ରତ୍ନ ଭଣ୍ଡାରର ମରାମତି ପାଇଁ ପ୍ଲାଷ୍ଟର ଛଡ଼ାଯିବ। ଅଧିକାଂଶ ସ୍ଥାନରେ ପ୍ଲାଷ୍ଟର ଛଡ଼ାଇବା କାର୍ଯ୍ୟ ଶେଷ ହୋଇଛି। ଏଣୁ ଯେଉଁ ସ୍ଥାନରେ ପ୍ଲାଷ୍ଟର ଛଡ଼ା ସରିଛି ସାଠାରେ ପଥରଗୁଡ଼ିକୁ ଯାଞ୍ଚ କରାଯିବ। ଯୋଡ଼େଇ ସ୍ଥାନଗୁହ଼ିକୁ ଭଲ ଭାବେ ଯାଞ୍ଚ କରାଯାଇ ଫାଟକୁ ସିଲ୍ କରିବା ଲାଗି ପଦକ୍ଷେପ ନିଆଯିବ। ଆବଶ୍ୟକ ପଡ଼ିଲେ ପଥର ବଦଳାଇବା ପାଇଁ ମଧ୍ୟ ପଦକ୍ଷେପ ନେବେ ଏଏସ୍ଆଇ। ଏଥିଲାଗି ରତ୍ନଭଣ୍ଡାରରେ ପାଇପ୍ ଭାରା ବନ୍ଧା ଯାଇଥିବା ସୂଚନା ମିଳିଛି।
ଡିସେମ୍ବର ୧୬ ତାରିଖରୁ ଏହି ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ବର୍ଷାନ୍ତ ଗହଳିକୁ ଆଖିରେ ରଖି ଡିସେମ୍ବର ୨୫ ତାରିଖରୁ ମରାମତି କାର୍ଯ୍ୟ ସ୍ଥଗିତ କରାଯାଇଥିଲା। ଏବେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚନା ଅନୁସାରେ ଶ୍ରୀଜିଉମାନଙ୍କ ନୀତି ରିତି ସମ୍ପନ୍ନ ହେବାପରେ ଏଏସ୍ଆଇ ଟିମ୍ ମନ୍ଦିର ଭିତରେ ପ୍ରବେଷ କରିବେ। ସାଢ଼ା ୧୨ଟାରୁ ସାଢ଼େ ୫ଟା ଭିତରେ ମରାମତି କାର୍ଯ୍ୟ ଶେଷ କରିବା ପରେ ସେମାନେ ବାହାରକୁ ଆସିବେ ଏବଂ ପୁଣିଥରେ ଅବଶିଷ୍ଟ ନୀତି ଆରମ୍ଭ ହେବ।
ମରାମତି ପୂର୍ବରୁ ରତ୍ନ ଭଣ୍ଡାରରୁ ସମସ୍ତ ରତ୍ନ ଓ ଅଳଙ୍କାରକୁ ଅନ୍ୟ ସୂଚୀତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହାପରେ ଜିପିଆର୍ ସର୍ବେକ୍ଷଣ କରାଯାଇ ରତ୍ନ ଭଣ୍ଡାର ତଳେ ସୁଡ଼ଙ୍ଗ ନଥିବା ପ୍ରମାଣିତ କରାଯାଇଛି।