Srimandira Ratnabhandara: ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ । ନୀଳଗିରି ପଥରରେ ମରାମତି କାର୍ଯ୍ୟ ଆରମ୍ଭ ହେବ । ବନ୍ଦ ହେବ ମୂଷା ଗାତ । ଫାଟ ଥିବା ପଥରରେ ମରାମତି କରାଯିବ । ରିପ୍ଲେସ ହେବ ଜଙ୍କ ଲଗା ଆଇରନ ରଡ ବା ଷ୍ଟୋନ ବିମ ।ଚୂନ ପଥର କଢ଼ାଯିବା ପରେ ତ୍ୱରାନ୍ୱିତ ହେବ କାମ । ରତ୍ନ ଭଣ୍ଡାରରେ ରହିଛି ଏକାଧିକ ଫାଟ ।ରହିଛି ଏକାଧିକ ମୂଷା ଗାତ। ଷ୍ଟୋନ ବିମ୍ ରେ ଲାଗିଛି ଜଙ୍କ। ଫାଟ ଥିବା ପଥର କଢାଯାଇ ପ୍ରତି ସ୍ଥାପନ ହେବ । ନୀଳଗିରି ପଥରରେ ମରାମତି କାର୍ଯ୍ୟ କରାଯିବ। ସେପଟେ ଆସନ୍ତା ୧୭ତାରିଖରୁ ଆରମ୍ଭ ହେବ ରତ୍ନଭଣ୍ଡାରର ମରାମତି। ଦ୍ୱିତୀୟ ଭୋଗମଣ୍ଡପ ବଢିବା ପରେ ମରାମତି କାର୍ଯ୍ୟ କରାଯିବ। ମରାମତି କାର୍ଯ୍ଯକୁ ସୃଙ୍ଖଳିତ ଓ ସୁସଂଗଠିତ ଭାବେ ପରିଚାଳନା କରିବା ପାଇଁ ଆଜି ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଏକ ସମନ୍ୱୟ ବୈଠକ ବସି ଗୁରୁତ୍ୱପୂର୍ଣ୍ଣ ନିସ୍ପତି ନିଆଯାଇଛି।


COMMERCIAL BREAK
SCROLL TO CONTINUE READING

ରତ୍ନ ଭଣ୍ଡାର ମରାମତି କାମରେ ଲାଗିବ ନୀଳଗିରିର ପଥର। ଉନ୍ନତ ମାନର ପଥର କାର୍ଯ୍ୟ ଉପରେ ଏ ଏସ ଆଇ ର ଗୁରୁତ୍ଵ। ପ୍ରଥମେ ଚୂନ ପଥର ଗୁଡ଼ିକୁ ପ୍ରତି ସ୍ଥାପନ ବା ରିପ୍ଲେସ କରାଯିବା ପରେ ଫାଟ ରହିଥିବା ପଥର ଗୁଡ଼ିକୁ ବଦଳାଯିବ। ପୂର୍ଣ୍ଣାଙ୍ଗ ମରାମତି କାମ ଉପରେ ଦିଆଯିବ ଗୁରୁତ୍ବ।ନୀଳଗିରିରୁ ଆସିବ ଉନ୍ନତ ମାନର ପଥର ଓ ବ୍ଲାକ ଗ୍ରାନାଇଟ ।ରତ୍ନ ଭଣ୍ଡାରରେ ରହିଛି ଭର୍ଟିକାଲ କ୍ରାକ୍ସ ବା ଫାଟ ଓ କାନ୍ଥରେ ରହିଛି ଏକାଧିକ ଫାଟ । ଚଟାଣରେ ମଧ୍ଯ ଫାଟ ରହିଛି। ଅନେକ ସ୍ଥାନରେ ରହିଛି ମୂଷା ଗାତ।ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡର ବା ଜି ପି ଆର୍ ସର୍ଭେ ରୁ ସ୍ପଷ୍ଟ ହୋଇଛି ରତ୍ନ ଭଣ୍ଡାରରେ କେଉଁ ସ୍ଥାନରେ ଗାତ ଓ କେଉଁ ସ୍ଥାନରେ କେତେ ମାତ୍ରାରେ ରହିଛି ଫାଟ। ସେଇଭଳି ଷ୍ଟୋନ ବିମ୍ ରେ ଜଙ୍କ ବା କଳଙ୍କି ଲାଗିଛି। ଏହି ଷ୍ଟୋନ ବିମ ବା ରଷ୍ଟ ଆଇରନକୁ ମଧ୍ୟ ପ୍ରତି ସ୍ଥାପନ କରିବ ଏ ଏସ ଆଇ ।ଆସନ୍ତା ଡ଼ିସେମ୍ବର ୧୭ ତାରିଖ ପ୍ରାୟ ସାଢେ ୧୨ରୁ ଦୈନିକ ପ୍ରାୟ ୫ ଘଣ୍ଟା କାମ କରିବ। ମରାମତି ସମୟରେ ଏସଓପିକୁ କଡାକଡି ପାଳନ କରାଯିବ ବୋଲି ଶ୍ରୀମନ୍ଦିର କାର୍ଯ୍ଯାଳୟରେ ବସିଥିବା ବୈଠକ ପରେ ସୂଚନା ଦେଇଛନ୍ତି ଏଏସଆଇ ଡେପୁଟି କନଜରଭେଟର।


ସେପଟେ ରତ୍ନ ଭଣ୍ଡାର ମରାମତି ନେଇ ଗତ ଛତିଷାନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇ ନିସ୍ପତି ନିଆଯାଇଥିଲା। ଆଗାମୀ ୧୭ତାରିଖ ଠାରୁ ଏଏସଆଇ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ କରିବ। ଏ ନେଇ ନୀତି ନିର୍ଘଣ୍ଟ କରାଯାଇଥିବା ବେଳେ ଦ୍ୱିତୀୟ ଭୋଗ ମଣ୍ଡପ ପରେ ପ୍ରାୟ ସାଢେ ୧୨ଟାରୁ ପ୍ରାୟ ୫ଘଣ୍ଟା ପର୍ଯ୍ୟନ୍ତ ମରାମତି ପାଇଁ ସମୟ ରଖାଯାଇଛି l ଏହି ସମୟ ମଧ୍ୟରେ ଭିତର ଓ ବାହାର ରତ୍ନ ଭଣ୍ଡାରର ମରାମତି କାର୍ଯ୍ୟ କରାଯିବାକୁ ଲକ୍ଷ ରଖାଯାଇଥିବାବେଳେ ରାଜ୍ୟ ସରକାରଙ୍କର ଅନୁମୋଦିତ ମାର୍ଗ ଦର୍ଶିକା ଅନୁସାରେ କାର୍ଯ୍ୟ କରାଯିବାକୁ ନିଷ୍ପତି ନିଆଯାଇଅଛି l ମରାମତି ସମୟରେ ଭକ୍ତ ଶ୍ରଦ୍ଧାଳୁମାନେ ବାହାର କାଠରୁ ଶ୍ରୀଜୀୟୁଙ୍କୁ ଦର୍ଶନ କରିପାରିବେ l


 ତେବେ ଏ ନେଇ ଆଜି ଏକ ସ୍ୱତନ୍ତ୍ର ବୈଠକ କରାଯାଇ ମରାମତି ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି। ମାର୍ଗଦର୍ଶିକା ଅନୁସାରେ ରାତି ୨ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟାନିତି ଅନୁଷ୍ଠିତ ହେବ l ଅନ୍ଯାନ୍ଯ ନିତି ସରି ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ମରାମତି କାର୍ଯ୍ୟ ଆରମ୍ଭ କରାଯିବ। ରତ୍ନଭଣ୍ଡାର ମରାମତି ସହ ସଂପୃକ୍ତ ଏଏସଆଇ, ଅଗ୍ନିଶମ, ମେଡିକାଲ କର୍ମଚାରୀ ଆଦିଙ୍କ ପାଇଁ ସରକାରୀ ପ୍ରୋଟୋକଲ ରହିବ। ଏମିତିକି ଏଏସଆଇ କର୍ମଚାରୀଙ୍କ ସହ ସମସ୍ତ କର୍ମଚାରୀ ମାନଙ୍କ ତାଲିକା ରହିବ। ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ। ଏଥିପାଇଁ ସମସ୍ତଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ। ଫଳରେ ସେମାନେ ରତ୍ନଭଣ୍ଡାର ଭିତରେ ଓ ବାହାରେ କାର୍ଯ୍ୟ କରିପାରିବେ। ତେବେ ରତ୍ନଭଣ୍ଡାର ମରାମତି ସମୟରେ ଭକ୍ତମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ।ଭକ୍ତଙ୍କ ହାସାଲ ଫ୍ରୀ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ସ୍ୱତନ୍ତ୍ର ରାମ୍ପ ନିର୍ମାଣ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଖୁବଶୀଘ୍ର ଫଳପ୍ରଦ ହେବ ବୋଲି ଜଣାପଡିଛି।