Covid 19: ରାଜଧାନୀରେ ବଢ଼ୁଛି କରୋନା କାୟା, ନୂଆବର୍ଷରେ ଗହଳି ନକରିବାକୁ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
Odisha News: ଭୁବନେଶ୍ୱର: ରାଜଧାନୀରେ ଜିରୋ ନାଇଟ୍ ପାଇଁ ହୋଟେଲ୍ ଓ ବିଭିନ୍ନ ମଣ୍ଡପ ମୁଖରିତ ହୋଇଥିବା ବେଳେ ଆଶଙ୍କା ପ୍ରକାଶ କରିଛି ଜନସ୍ୱାସ୍ଥ୍ୟ ବିଭାଗ। ଏହି ଜିରୋ ନାଇଟ୍ ଆଗକୁ ରାଜ୍ୟରେ ଆତଙ୍କର କାରଣ ହୋଇପାରେ। ଏଣୁ କୌଣସି ସାର୍ବଜନୀକ ସ୍ଥାନ ଅର୍ଥାତ୍ ଜନ ଗହଳିପୂର୍ଣ୍ଣ ସ୍ଥାନକୁ ନଯାଇ ନିଜ ଘରେ ଉତ୍ସବ ପାଳିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ କହିଛନ୍ତି, ଜିରୋ ନାଇଟ ଆମ ପରମ୍ପରା ନୁହେଁ। ଅପରପକ୍ଷେ ବଢ଼ୁଥିବା ସଂକ୍ରମଣକୁ ଆଖିରେ ରଖି ସେ ପରାମର୍ଶ ଦେଇଛନ୍ତି ଯେ, ଯେଉଁମାନଙ୍କ ଥଣ୍ଡା, ଜ୍ୱର, କାଶ ରହୁଛି, ବାହାରକୁ ନ ଯାଇ ଘରେ ଜିରୋ ନାଇଟ ପାଳନ କରନ୍ତୁ। ଆଜି ଜଣେ ନୂତନ ସନ୍ଦିଗ୍ଧ କୋଭିଡ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଛି। ଏହାଦ୍ୱାରା ରାଜ୍ୟରେ ସମୁଦାୟ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି। ଏହି ସଂକ୍ରମଣ ଦ୍ରୁତଗତିରେ ବଢ଼ୁଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଜାରି ସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ରାଜ୍ୟ ପକ୍ଷରୁ ମଧ୍ୟ ଜନସାଧାରଣ କେମିତି ପ୍ରସ୍ତୁତ ରହିବେ, ସେଥିପାଇଁ SOP ଜାରି ହୋଇଛି। ଡାକ୍ତରଖାନା କିପରି ପ୍ରସ୍ତୁତ ରହିବ ତାହା ମଧ୍ୟ ଏସ୍ଓପିରେ କୁହାଯାଇଛି। କିନ୍ତୁ ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ଜନସାଧାରଣଙଘ୍କ ସତର୍କତା। ଏଣୁ ମାସ୍କ ପିନ୍ଧିବାକୁ ଆହ୍ୱାନ ଦେଇଛନ୍ତି ଶ୍ରୀ ମିଶ୍ର। ଏହାଦ୍ୱାରା ସେମାନେ କୋଭିଡ ବାହକ ହେବେନାହିଁ ବୋଲି ସେ କହିଛନ୍ତି। ମାସ୍କ ପିନ୍ଧିବାକୁ ଏକ ଭଲ ଅଭ୍ୟାସ କହିବା ସହ ଅନେକ ଦେଶ ବର୍ଷ ତମାମ ମାସ୍କ ପିନ୍ଧନ୍ତି ବୋଲି ସେ କହିଛନ୍ତି।