ରାଜ୍ୟରେ ବୁଲା କୁକୁର ନେବେ ଟିକା, ଜାଣନ୍ତୁ କ`ଣ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ବୁଲା କୁକୁରଙ୍କ ଆକ୍ରମଣ ସମ୍ପର୍କରେ ଗଣମାଧ୍ୟମ ସାମ୍ନାରେ ତଥ୍ୟ ରଖି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ୬ ବର୍ଷ ମଧ୍ୟରେ ଅର୍ଥାତ ୨୦୩୦ ସୁଦ୍ଧା ରାଜ୍ୟରୁ ଜଳାନ୍ତକ ରୋଗ ଦୂର କରିବାକୁ ସରକାର ଲକ୍ଷ ରଖିଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ଯେପରି ବୁଲା କୁକରଙ୍କ ସଂଖ୍ୟା ବଢୁଛି ଠିକ୍ ସେହିପରି ଭାବେ ଦୌରତ୍ମ୍ୟ ମଧ୍ୟ ବଢିବାରେ ଲାଗିଛି । ଅନେକ ବ୍ୟକ୍ତି ବୁଲା କୁକୁରଙ୍କ ଆକ୍ରମଣର ଶିକାର ହେଉଛନ୍ତି । କୁକୁର କାମୁଡା କାରଣରୁ ଅନେକ ଲୋକ ହସ୍ପିଟାଲ ଆସୁଥିବା ଦେଖିବାକୁ ମିଳୁଛି । ବିଶେଷ କରି ଛୋଟ ପିଲା ଏବଂ ମହିଳାମାନେ ବୁଲା କୁକୁର କାମୁଡାର ଶିକା ହେଉଥିବା ଖବର ଆସୁଛି । ଅନେକ ଲୋକ ଜଳାନ୍ତକ ରୋଗର ଶିକାର ହେଉଛନ୍ତି । ଖାଲି ସେତିକି ନୁହେଁ, ବୁଲା କୁକୁରଙ୍କ କାରଣରୁ ଦୁଃର୍ଘଟଣା ଘଟୁଥିବା ଖବର ସାମ୍ନାକୁ ଆସୁଛି । ତେବେ ବୁଲା କୁକୁରଙ୍କୁ ନେଇ ରାଜ୍ୟ ସରକାର ଏକ ନୂଆ ପଦକ୍ଷପ ନେବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।
ବୁଲା କୁକୁରଙ୍କ ଆକ୍ରମଣ ସମ୍ପର୍କରେ ଗଣମାଧ୍ୟମ ସାମ୍ନାରେ ତଥ୍ୟ ରଖି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ୬ ବର୍ଷ ମଧ୍ୟରେ ଅର୍ଥାତ ୨୦୩୦ ସୁଦ୍ଧା ରାଜ୍ୟରୁ ଜଳାନ୍ତକ ରୋଗ ଦୂର କରିବାକୁ ସରକାର ଲକ୍ଷ ରଖିଛନ୍ତି । ଅର୍ବାନ ହାଉସିଂ ଡେଭଲପମେଣ୍ଟ ସହାୟତାରେ ବୁଲା କୁକୁରଙ୍କ ଟିକାକରଣ କରିବା ନେଇ ଆଲୋଚନା କରାଯାଇଛି ବୋଲି ସୂଚନା ଦେଇଛନ୍ତି ଶ୍ରୀଯୁକ୍ତ ମହାଲିଙ୍ଗ ।
Also Read- Lucky Zodiac Sign: ୪ ଅଗଷ୍ଟରେ ରବି ପୁଷ୍ପ ଯୋଗର ଶୁଭ ସମକକ୍ଷ, ୫ ଟି ରାଶିର ଭାଗ୍ୟ ଉଜ୍ୱଳ
Also Read- Sahara Refund: ସାହାରା ନିବେଶକଙ୍କ ପାଇଁ ଖୁସି ଖବର, ରିଲିଜ୍ ହୋଇଛି ୩୭୦ କୋଟି