Odisha News: ପୁରୀର ପବିତ୍ର ବେଳାଭୂମିରେ ସରକାରଙ୍କ ପ୍ରସ୍ତାବିତ ମଦକୁଡିଆ ନିର୍ମାଣକୁ କଡା ବିରୋଧ। ଏକାଠି ହେଲେ ୩୦ରୁ ଉର୍ଦ୍ଧ୍ବ ସଂଗଠନ। ସରକାରଙ୍କ ନିସ୍ପତ୍ତିକୁ ବିରୋଧ କରି ଆରମ୍ଭ ହୋଇଯାଇଛି ଧାରଣା, ବିକ୍ଷୋଭ ସହ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ। ଧିରେଧିରେ ତେଜୁଛି ଏହି ମଦକୁଡିଆ ବିରୋଧି ତାତି। ଅଧିକ ରାଜସ୍ୱ ଆଶାରେ ସରକାର ପୁରୀ ବେଳାଭୂମିରେ ଗୋଆ ବିଚ୍ ଭଳି ମଦକୁଡିଆ ଯୋଜନା କାର୍ଯ୍ଯକାରି କରିବାକୁ ପ୍ରସ୍ତାବ ରଖିଛନ୍ତି। ହେଲେ ପୁରୀ ଶ୍ରୀକ୍ଷେତ୍ରରେ ଏଭଳି ଯୋଜନା କାର୍ଯ୍ଯକାରୀ କରାଇ ନଦେବାକୁ ଅଣ୍ଟା ଭିଡିଛନ୍ତି ଏହି ସଂଗଠନ। ତେବେ ଏହି ମହୋଦଧିକୂଳ ମହାପ୍ରଭୁଙ୍କ ଶଶୁରଘର ମହାଲକ୍ଷ୍ମୀଙ୍କ ବାପଘର ବୋଲି ଶାସ୍ତ୍ରରେ ଉଲ୍ଲେଖ ଥିବା ବେଳେ ସରକାର ଏଭଳି ଏକ ପବିତ୍ର ସ୍ଥାନରେ ମଦକୁଡିଆ କରିବା ପାଇଁ ସରକାର ପ୍ରସ୍ତାବ ରଖିବା ଉଦବେଗର ବିଷୟ।


COMMERCIAL BREAK
SCROLL TO CONTINUE READING

ଏଣୁ ସରକାରଙ୍କୁ ମଦକୁଡିଆ ବାବଦରେ ସଦବୁଦ୍ଧି ଦେବାକୁ ତୀର୍ଥକ୍ଷେତ୍ର ସୁରକ୍ଷା ମିଳିତ ମଞ୍ଚ ପକ୍ଷରୁ ସିଂହଦ୍ଵାର ସମ୍ମୁଖରେ ସମୁହ ଦୀପଦାନ କରାଯିବା ସହ ବିକ୍ଷୋଭ ସମାବେଶ କରାଯାଇଛି। ତେବେ ଆଜି ପୁରୀର ସମସ୍ତ ସାମାଜିକ ଅନୁଷ୍ଠାନ, ବୁଦ୍ଧିଜୀବୀ, ଓକିଲ ସଂଘ,ଛାତ୍ର ଓ ଯୁବସମାଜ,ମହିଳା ଶକ୍ତି, ମଠାଧିଶ ଆଦି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବେ। ତେବେ ପୂର୍ବ ସରକାରଙ୍କ ସମୟରେ ଏହି ମଦକୁଡିଆ ଯୋଜନା ଆସିଥିବା ହେଲେ ପ୍ରବଳ ବିରୋଧ ହେବାରୁ ସରକାର ବନ୍ଦ କରିଥିଲେ। ହେଲେ ଏବେ ଯେଉଁ ସରକାର ଅସ୍ମିତାର କଥା କହୁଛନ୍ତି ସେମାନେ କିଭଳି ଜଗନ୍ନାଥଙ୍କ ପବିତ୍ର କ୍ଷେତ୍ରରେ ମଦକୁଡିଆ କରିବାକୁ ଯୋଜନା କରିଛନ୍ତି ବିଭିନ୍ନ ସାମାଜିକ ଧାର୍ମିକ ଅନୁଷ୍ଠାନ।


ସେପଟେ ସରକାରଙ୍କ ମଦକୁଡିଆ ପ୍ରସ୍ତାବକୁ ସବୁ ମହଲରେ ବିରୋଧ କରାଯାଉଥିବା ବେଳେ ସରକାରଙ୍କ ପାଇଁ ଏହି ଯୋଜନା ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଗୋଟିଏ ପଟେ ସର୍ବାଧିକ ରାଜସ୍ୱ ପାଇବାର ଆଶା ତ ଅନ୍ଯପଟେ ତୀର୍ଥକ୍ଷେତ୍ର। କଣ କରିବେ ସରକାର। ସେପଟେ ଏହି ଯୋଜନାକୁ ବିରୋଧ କରି ଅନେକ ସଂଗଠନ ରାଜରାସ୍ତାକୁ ଓହ୍ଲାଇଛନ୍ତି। କସ୍ମିନକାଳେ ଏହି ତପଭୂମୀକୁ ଭୋଗଭୂମୀ କରାଇଦିଆଯିବ ନାହିଁ। ଏଭଳି ଜିଦରେ ଅଟଳ ଶ୍ରୀକ୍ଷେତ୍ରବାସୀ । ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି। ତେବେ ମଦକୁଡିଆ ପ୍ରସଙ୍ଗରେ ଯେଉଁ ଦାବିପତ୍ର ଆସିଛି ତାହା ସରକାରଙ୍କ ନିକଟକୁ ପଠାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ।ତେବେ ଏହା ଉପରେ ସରକାର କିଭଳି ପଦକ୍ଷେପ ନେଉଛନ୍ତି ତାହା ଉପରେ ରହିଛି ଶ୍ରୀକ୍ଷେତ୍ରବାସୀଙ୍କ ନଜର।