ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ୨୪ରେ ମହିଳାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା
Subhadra rupees: ସୂଚନାଯୋଗ୍ୟ, ବର୍ଷକୁ ଦୁଇଟି କିସ୍ତିରେ ମିଳିବ ୧୦ ହଜାର ଟଙ୍କା। ୫ ବର୍ଷରେ ଆକାଉଣ୍ଟକୁ ମୋଟ ୫୦ ହଜାର ନଗଦ ଟଙ୍କା ଆସିବ। ଚଳିତ ଆର୍ଥିକ ବର୍ଷରୁ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା ଲାଗୁ ହୋଇଛି। ୨୦୨୪ ନିର୍ବାଚନରେ ଭାଜପା ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ଓଡ଼ିଶାରେ ମହିଳା ସଶକ୍ତିକରଣ ଲାଗି ରାଜ୍ୟ ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି।
ଭୁବନେଶ୍ଵର: ଆସନ୍ତା ୨୪ ତାରିଖରେ ମିଳିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। ଏ ନେଇ ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତେବେ ଏହି ପର୍ଯ୍ୟାୟରେ ୨୦ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ‘ସୁଭଦ୍ରା’ ଟଙ୍କା ଯିବ। ୨୪ ତାରିଖ ଦିନ ସୁନ୍ଦରଗଡ଼ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ୩ୟ ପର୍ଯ୍ୟାୟ ଟଙ୍କା ଦିଆଯିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି।
ଏବେ ସୁଦ୍ଧା ସୁଭଦ୍ରା ଯୋଜନାରେ କୋଟିଏ ୨ ହଜାର ଆବେଦନ ହୋଇଥିଲା ବେଳେ ଦୁଇଟି ପର୍ଯ୍ୟାୟରେ ୬୦ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳି ସାରିଲାଣି। ଏଇ ମାସ ଶେଷ ସୁଦ୍ଧା ତୃତୀୟ ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷରୁ ଅଧିକ ଏବଂ ଡିସେମ୍ବର ଶେଷ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟରେ ମୋଟ୍ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବଡ଼ କଥା ହେଲା ତୃତୀୟ ପର୍ଯ୍ୟାୟରେ ବାଦ୍ ପଡ଼ିଥିବା ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ ସାମିଲ ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଭାତୀ। ହେଲେ ଏବେବି ଯୋଜନା ଆରମ୍ଭରୁ ଆବେଦନ କରି ଦୁଇଟି ଯାକ ପର୍ଯ୍ୟାୟରେ ସାମିଲ ହୋଇ ନଥିବାରୁ ତୃତୀୟ ପର୍ଯ୍ୟାୟକୁ ନେଇ ଆଶା ଆଶଙ୍କାରେ ଅନେକ ଆବେଦନକାରୀ।
ସୂଚନାଯୋଗ୍ୟ, ବର୍ଷକୁ ଦୁଇଟି କିସ୍ତିରେ ମିଳିବ ୧୦ ହଜାର ଟଙ୍କା। ୫ ବର୍ଷରେ ଆକାଉଣ୍ଟକୁ ମୋଟ ୫୦ ହଜାର ନଗଦ ଟଙ୍କା ଆସିବ। ଚଳିତ ଆର୍ଥିକ ବର୍ଷରୁ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା ଲାଗୁ ହୋଇଛି। ୨୦୨୪ ନିର୍ବାଚନରେ ଭାଜପା ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ଓଡ଼ିଶାରେ ମହିଳା ସଶକ୍ତିକରଣ ଲାଗି ରାଜ୍ୟ ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି।