Subhadra Scheme: ଓଡିଶାରେ ପ୍ରଥମ କରି ଶପଥ ଗ୍ରହଣ କଲା ବିଜେପି ସରକାର। ଦୀର୍ଘ ୨୫ବର୍ଷର ବିଜେଡି ସରକାରକୁ  ନିର୍ବାଚନରେ ଧରାଶାୟୀ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ(Mohan Majhi)ଙ୍କ ନେତୃତ୍ୱରେ  ବିଧିବଦ୍ଧ ଭାବେ ସରକାର ଗଠନ ହୋଇଛି।


COMMERCIAL BREAK
SCROLL TO CONTINUE READING

ତେବେ ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେବା ପରେ  ବସିଥିଲା କ୍ଯାବିନେଟ। ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଲୋକସେବା ଭବନରେ ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରି ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରିଛନ୍ତି।



ଏଥି ମଧ୍ୟରୁ ୧୦୦ ଦିନ ଭିତରେ ଶୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବା ନେଇ ସେ କହିଛନ୍ତି। ମହିଳାମାନଙ୍କୁ ଅଧିକ ସଶକ୍ତ କରିବା ପାଇଁ ଏବଂ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସୁଭଦ୍ରା ଯୋଜନା(Subhadra Scheme) କାର୍ଯ୍ୟକାରୀ କରାଯିବ। ଏହି ଯୋଜନାରେ ମହିଳା ମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦିଆଯିବ।  ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଛନ୍ତି 'କହିଥିଲୁ, କଥା ରଖିଲୁ। ଓଡ଼ିଶା ସରକାରଙ୍କ ନୂତନ ମନ୍ତ୍ରୀମଣ୍ଡଳର ପ୍ରଥମ କ୍ୟାବିନେଟ ବୈଠକରେ ୧୦୦ ଦିନ ଭିତରେ ସୁଭଦ୍ରା ଯୋଜନାକୁ କାର୍ଯ୍ୟକାରୀ କରି ହିତାଧିକାରୀଙ୍କୁ ₹୫୦୦୦୦ ଭାଉଚର ପ୍ରଦାନ କରିବା ନେଇ ନିଷ୍ପତ୍ତି ନିଆଯାଇଛି।'