Mohammed Moquim: ଓଡ଼ିଶା ଗ୍ରାମ୍ୟ ଗୃହ ବିକାଶ ନିଗମ (ORHDC) ଦୁର୍ନୀତି ମାମଲାରେ କଟକ ବିଧାୟକ ମହମ୍ମଦ ମୋକିମ୍‍ଙ୍କୁ ସୁପ୍ରିମ୍‍କୋର୍ଟରୁ ଲାଗିଛି ବଡ଼ ଝଟକା। ଆଜି କୋର୍ଟ ମୋକିମ୍‍ଙ୍କ ଦ୍ୱାରା ଆବେଦନ କରାଯାଇଥିବା ସ୍ୱତନ୍ତ୍ର ଲିଭ୍‍ ପିଟିସନ୍‍ ଉପରେ ବିଚାର କରି ହାଇକୋର୍ଟଙ୍କ ରାୟକୁ କାଏମ ରଖାଯାଇଛି। କିନ୍ତୁ କୋର୍ଟ ଶୁଣାଇଥିବା କାରାଦଣ୍ଡା ଆଦେଶ ଉପରେ ସାମୟିକ ସ୍ଥିଗିତାଦେଶ ଜାରି କରିଛନ୍ତି। ବାଚାରାଧୀନ ଥିବା ଏହି ସ୍ୱତନ୍ତ୍ର ଲିଭ୍‍ ପିଟିସନ୍‍ ଶୁଣାଣି ଶେଷ ନହେବା ଯାଏଁ ଦଣ୍ଡାଦେଶକୁ ନିଲମ୍ବିତ ରଖିବା ଲାଗି ସୁପ୍ରିମକୋର୍ଟ କହିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଓଆର୍‍ଏଚଡିସି ଦୁର୍ନୀତି ମାମଲାକୁ ଶୁଣାଣି କରି ହାଇକୋର୍ଟ  କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‍ଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏପ୍ରିଲ୍‍ ୧୨ ତାରିଖ ଆଦେଶରେ ସେ ତାଙ୍କ ବିପକ୍ଷରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଇଥିବା ତିନି ବର୍ଷ କାରାଦଣ୍ଡ ଆଦେଶକୁ କାଏମ କରିଥିଲେ।


Also Read- Odisha Election 2024: ବିଜେଡି ଛାଡ଼ିଲେ ରାସେଶ୍ୱରୀ ଦେବୀ


Also Read- Helicopter Crash: ଅଭ୍ୟାସ ବେଳେ ଦୁଇ ବିମାନ ଦୁର୍ଘଟଣା: ୧୦ ମୃତ, ଦେଖନ୍ତୁ ଏହି ଛାତିଥରା ଦୃଶ୍ୟ...


ଦଣ୍ଡାଦେଶ ୩ ବର୍ଷ ସଶ୍ରମ କାରାଦଣ୍ଡ ହୋଇଥିବାରୁ ମହମ୍ମଦ ମୋକିମ୍‍ଙ୍କ ରାଜନୀତିକ କ୍ୟାରିୟର ଉପରେ ଶକ୍ତ ଧକ୍କା ଲାଗିଥିଲା। କାରଣ ଲୋକପ୍ରତିନିଧି ଆଇନ ୧୯୫୨ ଅନୁସାରେ ୨ ବର୍ଷରୁ ଅଧିକ କାରାଦଣ୍ଡ ଭୋଗୁଥିବା ବ୍ୟକ୍ତିଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ମିଳିବ ନାହିଁ। ଏଣୁ ହାଇକୋର୍ଟଙ୍କ ଏହି ରାୟକୁ ବିରୋଧ କରି ମାକିମ୍‍ ସୁପ୍ରିମ୍‍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।