Odisha News: ସୁନ୍ଦରଗଡ଼: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ନିକଟରେ  ଶିଶୁ ମହୋତ୍ସବ ‘ସୁରଭି’ କୁ ସହାୟତା ଯୋଗାଇ ଦେଇଛି, ଯାହା ସ୍ଥାନୀୟ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ରାଜ୍ୟସ୍ତରୀୟ ପ୍ଲାଟଫର୍ମ । ଗିରିସ୍ମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହେମଗିର ବ୍ଲକ ଅନ୍ତର୍ଗତ ୧୮ଗ୍ରାମ ପଞ୍ଚାୟତରେ ଥିବା ୧୮୬ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହଜନକ ଅଂଶଗ୍ରହଣ କରିଥିଲେ ।


COMMERCIAL BREAK
SCROLL TO CONTINUE READING

ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ କଳା ଓ କାରିଗରୀ, ସଙ୍ଗୀତ, ନୃତ୍ୟ, ବିତର୍କ, ପ୍ରବନ୍ଧରଚନା, ବକ୍ତୃତା ଏବଂ ସୃଜନଶୀଳ ଲେଖା ସମେତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) କରୁଣା ଏସ୍ ପଟେଲଙ୍କ ସମେତ ଅନ୍ୟ ବୁଦ୍ଧିଜୀବୀମାନେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଇଓ ଶ୍ରୀ ପଟେଲ କହିଥିଲେ ଯେ ଭବିଷ୍ୟତର ନେତୃତ୍ୱ ଗଠନ ପାଇଁ ସୁରଭି ପ୍ରୋତ୍ସାହିତ କରିଥାଏ । ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ଏବଂ ସହଯୋଗ ଓ ନିଷ୍ଠାର ମୂଲ୍ୟ ଶିଖିବା ପାଇଁ ଏକ ନିଆରା ପ୍ଲାଟଫର୍ମ ପ୍ରଦାନ କରିଥିବାରୁ ସେ ବେଦାନ୍ତର ସହଯୋଗକୁ ଧନ୍ୟବାଦ ଜଣାଇଥିଲେ । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ (ଏବିଇଓ) କିଶୋର ଆର୍କ ସୁରଭିକୁ ବେଦାନ୍ତର ସମର୍ଥନକୁ ପ୍ରଶଂସା କରି କହିଛନ୍ତି, ବେଦାନ୍ତ ସମର୍ଥନରେ ସୁରଭି ଉତ୍ସବ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା, ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ଲାଟଫର୍ମ ପାଲଟିଛି ଯେଉଁଠାରେ ସେମାନେ ବଡ଼ ସ୍ୱପ୍ନ ଦେଖିପାରିବେ ଏବଂ ଉଚ୍ଚ ଲକ୍ଷ୍ୟ ରଖିପାରିବେ ।