Odisha News: କୋରାପୁଟ: କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯିବା ସହିତ ଲୋକଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରାଯାଉଛି। ଓଡ଼ିଶାର ଏହିଭଳି କାର୍ଯ୍ୟକୁ ଦେଖି ଆନ୍ଧ୍ର ଛାନିଆ ହୋଇ ଯାଇଛି। କୋଟିଆରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଦେଖିବା ପରେ ଆନ୍ଧ୍ର ହାତରୁ କୋଟିଆ ଖସି ଯାଉଥିବା ଅନୁଭବ କରି ଟିଡିପି ନେତା ଆରୋପ କରିଛନ୍ତି ଆନ୍ଧ୍ରକୁ। କୋଟିଆରେ ଓଡ଼ିଶାର ଉନ୍ନୟନ କାମ ଦେଖି ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଆନ୍ଧ୍ରର ସାଲୁରୁ ଦାୟିତ୍ୱରେ ଥିବା ଟିଡିପି ନେତା ଭୀଷ୍ମ ବାବାଜୀ। କୋଟିଆକୁ ଏକ ୪ ଜଣିଆ ଟିଡିପି ପ୍ରତିନିଧି ଦଳ ଗସ୍ତ କରି ଓଡ଼ିଶା ସରକାରଙ୍କ କାର୍ଯ୍ୟଧାରାକୁ ଦେଖି ଆନ୍ଧ୍ର ସରକାର କେବେ ବି ଏହା ଉପରେ ପ୍ରତିକ୍ରିୟା ରଖି ନାହାନ୍ତି ବୋଲି ପ୍ରତିନିଧି ଦଳ ଅଭିଯୋଗ କରିଥିଲେ।


COMMERCIAL BREAK
SCROLL TO CONTINUE READING

ଆନ୍ଧ୍ରପ୍ରଦେଶ ଏବଂ ଓଡିଶାର ସୀମାବର୍ତ୍ତୀ ଅଞ୍ଚଳରେ ରହିଥିବା କୋଟିଆର ୨୧ଟି ଗାଁର ଆଦିବାସୀମାନେ ଆନ୍ଧ୍ରପ୍ରଦେଶରେ ରହିବାକୁ ଚାହାଁନ୍ତି। କାରଣ କୋଟିଆର ଏହିସବୁ ଗ୍ରାମ ୫୫ ବର୍ଷ ଧରି ଆନ୍ଧ୍ର ରାଜ୍ୟ ସୀମାରେ ରହିଥିବା ଏବଂ ଏହି ସବୁ ଗ୍ରାମର ଲୋକେ ଆନ୍ଧ୍ର ଉପରେ ସମ୍ପୂର୍ଣ ନିର୍ଭରଶୀଳ ବୋଲି କହିବା ସହିତ କୋଟିଆ ପଞ୍ଚାୟତର ୨୧ଟି ଗାଁର ଆଦିବାସୀମାନେ ଅଭିଯୋଗ କରିଛନ୍ତି ଯେ ସେମାନେ ଆନ୍ଧ୍ରପ୍ରଦେଶରେ ରହି ଓଡିଶା ସରକାର ଏବଂ କେନ୍ଦ୍ରର ମନ୍ତ୍ରୀ ତଥା ଦିଲ୍ଲୀର ପ୍ରମୁଖ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ସହ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ଖଣିଜ ସମ୍ପଦ ଲୁଟ କରିବାକୁ ଚାହୁଁଛନ୍ତି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନଙ୍କ ଉପରେ ଚାପ ପକାଇବାକୁ ଲୋକେ କହିଛନ୍ତି। 


ଓଡିଶା ସରକାରଙ୍କ ବିଜ୍ଞାପନ ବୋର୍ଡ, ପିଲାମାନଙ୍କ ପାଇଁ ବିଦ୍ୟାଳୟ, ପାନୀୟ ଜଳ ଏବଂ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା କରାଯାଉଛି। ଆନ୍ଧ୍ରପ୍ରଦେଶର ସୀମାବର୍ତ୍ତୀ ଅଞ୍ଚଳରେ ଓଡିଶା ସରକାରଙ୍କ ଦ୍ୱାରା ରାସ୍ତା ସମ୍ପ୍ରସାରଣକୁ କାହିଁକି ଅଟକାଇ ନାହାଁନ୍ତି ବୋଲି ଆନ୍ଧ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ନଭେମ୍ବର ୨୦୦୧ରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଏବଂ ଆଜି ମଧ୍ୟ ଲୋକମାନେ ଜାଣି ନାହାଁନ୍ତି ଯେ ଉଭୟଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି। ଆନ୍ଧ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଗ୍ରାମ ର ନାମ ସୁଚାଇବା ପାଇଁ କୌଣସି ବୋର୍ଡ ନାହିଁ। ଏହା ଆନ୍ଧ୍ର ପାଇଁ ଲଜ୍ଜା ଜନକ ବିଷୟ ବୋଲି ଅଭିଯୋଗ କରିଛନ୍ତି।


ଅନ୍ତତଃ ପକ୍ଷେ କୋଟିଆରେ ଆନ୍ଧ୍ର ପକ୍ଷରୁ ପୋଲିସ ଆଉଟ୍ ପୋଷ୍ଟ ରହିବା କଥା। ଏହା ନ ଥିବାରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିତ୍କାର କରି କହିଥିଲେ ଯେ ଏପି ପୋଲିସ୍ ଫେରିଯିବା ଉଚିତ୍। ଏତେ ସବୁ ଘଟଣା ସତ୍ବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚୁପ୍ ରହିଛନ୍ତି। ରାଜ୍ୟ ସ୍ୱାର୍ଥର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଦାୟିତ୍ ଗ୍ରହଣ କରିବାକୁ ଭୀଷ୍ମ ଦାବି କରିଛନ୍ତି। କୋଟିଆ ଗସ୍ତ ସମୟରେ ଭୀଷ୍ମଙ୍କ ସହିତ ରାଜୁ, ପୁଡାକାଲା ପ୍ରଭାକରା ରାଓ, ପୌରା ବେଦିକାର ଉପାଧ୍ୟକ୍ଷ ଏବଂ ଅନ୍ୟମାନେ ଏଥିରେ ଅଂଶଗ୍ରହଣ କରିଥିଲେ।