କେଉଁଝର: ଚାକିରି ଦେବା ନାଁରେ ଠକେଇ ଘଟଣାରେ ଅଭିଯୋଗ ପରେ ଜଣେ ଶିକ୍ଷୟିତ୍ରୀ ଗିରଫ କରିଛି ପୁଲିସ। ଗିରଫ ଶିକ୍ଷୟିତ୍ରୀ ଅନସୂୟା ବାରିକ। ଘସିପୁରା ପୁଲିସ ଅଭିଯୁକ୍ତ ଶିକ୍ଷୟିତ୍ରୀକୁ ଗିରଫ ପରେ କୋର୍ଟ ଚାଲାଣ କରିଛି।


COMMERCIAL BREAK
SCROLL TO CONTINUE READING

ଅଭିଯୋଗ ଅନୁସାରେ, ଚାକିରି ଦେବା ନାଁରେ ନନ୍ଦିପଦା ଚୋରଗଡ଼ିଆ ଗୋପାଳପୁର ଗାଁର ମଧୁସ୍ମିତା ଜେନା ନାମକ ଜଣେ ଯୁବତୀଙ୍କ ଠାରୁ ୫ ଲକ୍ଷ ୮୫ ହଜାର ଟଙ୍କା ଠକିଛନ୍ତି। ଏକ ଆଶ୍ରମ ସ୍କୁଲର ଶିକ୍ଷୟିତ୍ରୀ ଥିଲେ ଅନସୂୟା। ଗିରଫ ପରେ ସେ ସ୍ବାମୀ ଫେରାର ଥିବା ଜଣାଯାଇଛି। ତାଙ୍କୁ ପୁଲିସ କୋର୍ଟଚାଲାଣ ବି କରିଛି। ସେ ଆଉ କେତେକ ଯୁବତୀଙ୍କୁ ବି ଏଭଳି ଠକିଥିବା କୁହାଯାଉଛି। ପୁଲିସ ତାଙ୍କୁ ଅଧିକ ପଚରା ଉଚରା କରିବ ବୋଲି ଜଣାପଡ଼ିଛି।