Puri News: ପୁଣି ପୁରୁଣା ପାଠର ଆଲୋଚନା। କିଛି ବର୍ଷ ପୂର୍ବରୁ ବାଇଶି ପାହାଚରେ ହୋଇଥିଲା ଦଉଡ଼ି ବ୍ୟାରିକେଡ୍। ଧାଡିଦର୍ଶନ ପାଇଁ ହୋଇଥିଲା ବ୍ଯବସ୍ଥା। ମାତ୍ର ପୁରୀବାସୀ ଏହାର ଘୋର ବିରୋଧ କରିଥିଲେ। ଫଳରେ ଦଙ୍ଗା ପରିସ୍ଥିତି ଉପୁଜିଥିଲା। ତେବେ କିଛି ବର୍ଷ ନିରବତା ପରେ ପୁନର୍ବାର ବାଇଶିପାହାଚରେ ଦଉଡି ବେରିକେଡ ହେବା ନେଇ ପ୍ରସ୍ତାବ ଆସିଛି। ଏହାର କାର୍ଯ୍ଯକାରିତା ଉପରେ ଏବେବି ସ୍ପଷ୍ଟ ହୋଇନଥିଲେ ମଧ୍ୟ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା କରାଯାଇଛି। ଏହା ଉପରେ ତର୍ଜମା ଚାଲିଛି।  


COMMERCIAL BREAK
SCROLL TO CONTINUE READING

 ତେବେ ନୂଆ ସରକାର ଆସିବା ପରେ କିଛି ନୂଆ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ସରକାର ଆସିବାର କିଛି ଘଣ୍ଟା ପରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲାଯାଇ ଦର୍ଶନକୁ ସୃଙ୍ଖଳିତ କରାଯାଇଛି। ରତ୍ନଭଣ୍ଡାର ଇତି ମଧ୍ୟରେ ୬ଥର ଖୋଲାଗଲାଣି। ଏହା ଭିତରେ ସରକାର ପ୍ରଶାସନ ପୁଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ପୌରସଂସ୍ଥା ଏଥିପାଇଁ ଫୁଲ ଦମ୍ ରେ ଲାଗି ପଡିଛନ୍ତି।


 ଶ୍ରୀମନ୍ଦିର ଚାରିଦ୍ୱର  ଖୋଲିବା ପରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଓ ପସ୍ତାନ ପୂର୍ବପରି ବାଭାବିକ ହୋଇଛି। ସର୍ବାଧିକ ଶ୍ରଦ୍ଧାଳୁ ସିଂହଦ୍ଵାର ଦେଇ ଶ୍ରୀମନ୍ଦିରକୁ ପ୍ରଦେଶ ଓ ପରେ ଏହି ବାଟରେ ପ୍ରସ୍ଥାନ କରୁଥିବାରୁ ପୂର୍ବପରି ବାଇଶି ପାହାଚରେ ରୋପ୍ ୱେ ଅର୍ଥାତ ରୋପ୍ ବେରିକେଡ କରାଯିବ ।  ପରିକ୍ରମା ମାର୍ଗ ଭିତରେ ଭକ୍ତଙ୍କ ଲାଗି ସ୍ୱତନ୍ତ୍ର  ଶିବିର କରା‌ଯିବ । ଶ୍ରୀମନ୍ଦିର ପ୍ରଶାସନ ଓ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ଵରେ ଥିବା ଡେପୁଟି କମାଣ୍ଡାଣ୍ଟଙ୍କ ପରାମର୍ଶକ୍ରମେ ଓବିସିସି ଏହି ସ୍ଥାନ ଚିହ୍ନଟ କରି ରାସ୍ତା ଓ କୋଠା ନିର୍ମାଣ   ବିଭାଗ ଯୋଗାଇଦେବ। 


ସେପଟେ ଜୋତାଷ୍ଟାଣ୍ଡ ଓ କ୍ଲୋକ ରୁମ୍ ପରିବର୍ଷିତ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରତି ଦ୍ଵାର ଆଗରେ ୧୦୦ ଶ୍ରଦ୍ଧାଳୁ ବସିବା ଭଳି ହେବ ସ୍ୱତନ୍ତ୍ର ଶିବିର। ଭିଡ଼ ନିୟନ୍ତ୍ରଣ ଲାଗି ଫୁଟ୍ ଫଲ୍ କାଉଣ୍ଟିଂ ସିଷ୍ଟମ  ହେବ। ଦଉଡ଼ି ବ୍ୟାରିକେତ ବ୍ୟବସ୍ଥା କରିବାକୁ ପ୍ରଶାସନ ନିଷ୍ପତି ନେଇଛି । କିଛିଦିନ ତଳେ ଏନେଇ ଆଲୋଚନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଠୋସ୍ ପଦକ୍ଷେପ ନିଆଯାଇନାହିଁ । ସେବାୟତଙ୍କ ସହ ଆଲୋଚନା କରି ଏହି ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର କମାଣ୍ଡଙ୍କୁ ଦାୟିତ୍ବ ଦିଅଯାଇଛି। ସେହିପରି ଶ୍ରୀମନ୍ଦିର ୪ ଦ୍ୱାର ବାହାରେ ୧୦୦ ଜଣ ଲେଖାଏଁ ଶ୍ରଦ୍ଧାଳୁ ବସବା ଭଳି ୪ଟି ଅସ୍ଥାୟୀ


ସ୍ଥାନରେ ଅସ୍ଥାୟୀ ଶିବିର ନିର୍ମାଣ କରାଯିବ । ସେହିପରି ଶ୍ରୀମନ୍ଦିର ୪ ଦ୍ୱାର ନିକଟରେ ଥିବା  ଦାଣ୍ଡକୁ ପରିବର୍ଦ୍ଧିତ କରାଯିବ। ଲଗେଜ୍ ରଖିବା ନିମନ୍ତେ କ୍ଲକ ରୁମ୍ ବ୍ୟବସ୍ଥା ମଧ୍ୟ ସ୍ୱତନ୍ତ୍ର ଭାବେ କରାଯିବ। ପରିକ୍ରମା ମାର୍ଗରେ ଏହି ସ୍ଥାନ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନେବ।   ଓବିସିସି। ଅନ୍ୟପଟେ ଶ୍ରୀମନ୍ଦିର ଭିତରେ  ସିସିଟିଭି ଲଗାଯିବ । ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଏଥିରେ ଯଥେଷ୍ଟ ବ୍ୟାକ୍ ଅପ୍ ବ୍ୟବସ୍ଥା କରାଯିବ। ସେହିପରି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଗଣତି କରି ଭିଡ଼ ନିୟନ୍ତ୍ରଣ ନିମନ୍ତେ ଫୁଟଫଲ  ସିଷ୍ଟମ ଶ୍ରୀମନ୍ଦିର ଭିତରେ କରିବାକୁ ନିସ୍ପତ୍ତି ହୋଇଛି। ଏହାଛଡ଼ା ବଡ଼ଦାଣ୍ଡ, ଶ୍ରୀଦାଣ୍ଡ ଓ ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ଉଠା ଦୋକାନୀ ମୁକ୍ତ ରଖିବା ନିମନ୍ତେ ପୁରୀ ପୌରସଂସ୍ଥାକୁ ନିର୍ଦ୍ଦେଶ ଜାରି କରାଯାଇଛି । 


ଶ୍ରୀମାର୍ଗ ପାର୍ଶ୍ଵରେ ଥିବା ଘରଗୁଡ଼ିକ ନିର୍ମାଣ କାର୍ଯ୍ୟ କରିବା ବେଳେ ପୌରସଂସ୍ଥା ଓ ଗଉନ ଥାନାରୁ ଅନୁମତି ନେବାକୁ ନିଷ୍ପତି ହୋଇଥିବା ଜଣାପଡ଼ିଛି । ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ନିମନ୍ତେ  ଶୃଙ୍ଖଳିତ ଠାକୁର ଦର୍ଶନ ବ୍ୟବସ୍ଥାକୁ ଏବେ ପ୍ରାଥମିକତା ଦିଆଯାଉଛି। ପର୍ବପର୍ବାଣୀ ସହ ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାରକୁ ଛାଡ଼ିଦେଲେ ଅନ୍ୟ ଦିନମାନଙ୍କରେ ଶ୍ରୀମନ୍ଦିରରେ ସେଭଳି ବଡ଼ ଭିଡ଼ ଦେଖିବାକୁ ମିଳୁନି । ଶ୍ରୀମନ୍ଦିର ୪ ଦ୍ଵାର ଖୋଲା ଯିବା ପରେ ଶ୍ରଦ୍ଧାଳୁଙ୍କ ଲାଇନ୍‌ରେ ଘଣ୍ଟା ଘଣ୍ଟା ଠିଆ ହେବା ବଷ୍ଟ ଦୂର ହୋଇଛି। ଏବେବି ପ୍ରଶାସନ ଭିଡ଼ ନିୟନ୍ତ୍ରଣ ନିମନ୍ତେ ଶ୍ରୀମନ୍ଦିର ୪ ଦ୍ଵାରରେ ବିରାଟ ସେଡ୍ ଓ ବ୍ୟରିକେଡ ବ୍ୟବସ୍ଥା କରିଛି। ଅଯଥା ପୁଲିସ ଫୋର୍ସ ମୁତୟନ କରି ରଖିଛି । ଯାହାକୁ ଦୃଢ଼ ବିରୋଧ ହେଉଛି । କେବଳ ଉଗତ ଦିନମାନଙ୍କୁ ଛାଡ଼ି ଦେଲେ ଅନ୍ୟମାନଙ୍କରେ ବ୍ୟାରିକେଡ କରି ଅଯଥା ସରକାରୀ ପାଣ୍ଠି ଖର୍ଚ ନ କରିବାକୁ ପ୍ରଶାସନ ନିକଟରେ ଅଭିଯୋଗ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଏସବୁ ପ୍ରସଙ୍ଗ  ଆଲୋଚନା ସ୍ତରରେ ରହିଛି। ଏହାର ବିସ୍ତୃତ ଆଲୋଚନା କରାଯାଇ ଯାହା ସମ୍ଭବ ତାହାର ଇମ୍ପ୍ଲିମେଣ୍ଟେସନ କରାଯିବ ବୋଲି କହିଛନ୍ତି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ।,,,