ମାଲକାନାଗିରି: ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ଶୁକ୍ରବାର ଏକ ବଡ ଧରଣର ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିହତ ହୋଇଛନ୍ତି। ମାଓବାଦୀ ମାନେ ଉକ୍ତ ଅଞ୍ଚଳରୁ ଖସି ପଳାଉଥିବା ବେଳେ ଡିଆରଜି ଯବାନ ଏନକାଉନଣ୍ଟର କରିଥିବା ଜଣାପଡିଛି। ଘଟଣାସ୍ଥଳରୁ ଇନସାସ୍, ଏକେ-୪୭, SLR, ୩ଟି ବନ୍ଧୁକ ଓ ମ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ ହୋଇଛି। DRG ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି। ଏନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି ପି. ସୁନ୍ଦରରାଜ। ଆଜି ସକାଳୁ ଚାଲିଥିଲା ସର୍ଚ୍ଚ ଅପରେସନ। ଉଭୟ ପକ୍ଷ ମଧ୍ୟରେ ହୋଇଥିଲା ଗୁଳିବିନିମୟ। 


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ପଣ୍ଡ ହୋଇଛି ମାଓବାଦୀଙ୍କ ଆକ୍ରମଣ ଯୋଜନା। କମ୍ବିଂ ଅପରେସନବେଳେ ମାଓ କ୍ୟାମ୍ପ ଠାବ। ଓଡିଶା- ଛତିଶଗଡ ସୀମାନ୍ତରେ ଦୁଇ ରାଜ୍ୟର ପୁଲିସ ପକ୍ଷରୁ ମିଳିତ କୁମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଛି। ନୂଆପଡା ଜିଲ୍ଲା ଓ ଛତିଶଗଡ ଗରିଆବନ୍ଧ ଜିଲ୍ଲା ସୀମାନ୍ତରୁ ଗୋଟିଏ ଦେଶୀ ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ ହୋଇଛି। ମାଓ ଅପରେସନରେ ନୂଆପଡା ଜିଲ୍ଲାର ୫ଟି ଏସଓଜି ଟିମ ସହ ନବରଙ୍ଗପୁର ଏବଂ ପଡୋଶୀ ଛତିଶଗଡର ଯବାନମାନେ ସାମିଲ ଥିଲେ। ଛତିଶଗଡ ଗରିଆବନ୍ଧ ଜିଲ୍ଲା ଯୁଗାଡ଼ ଥାନା ଅନ୍ତର୍ଗତ କୁମକୁଟ ଓ ଦେବଝର ଜଙ୍ଗଲରେ ଟପ ମାଓନେତାମାନେ ବଡଧରଣର ଅଘଟଣ ଘଟେଇବା ପାଇଁ ଯୋଜନା କରୁଥିଲେ। 


ଏନେଇ ଗୁଇନ୍ଦା ବିଭାଗରୁ ସୂଚନା ଖବରପାଇବା ପରେ ସେହି ଅଂଚଳରେ ଦୁଇ ରାଜ୍ୟର ପୋଲିସ ବିଭାଗ ପକ୍ଷରୁ ମିଳିତ ଭାବେ କୁମ୍ବିଂ ଅପରେସନ କରାଯାଇଥିଲା। ଏନେଇ ସୂଚନା ପାଇବା ପରେ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ଏବେବି ସମ୍ପୃକ୍ତ ଅଂଚଳରେ ନୂଆପଡା ଜିଲ୍ଲାର ୫ଟି ଏସଓଜି ଟିମ ପକ୍ଷରୁ କୁମ୍ବିଂ ଅପରେସନ ଜାରି ରହିଛି।