Odisha Accident: ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ବର୍ଷୀୟ ଶିଶୁ ପୁତ୍ରର ଜୀବନ, ବାପା ମାଆ ଗୁରୁତର
Odisha Accident: ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ତୁରାଣୀପାଣି ଗାଁ ନିକଟରେ ବାଇକ୍ ଓ କାର୍ ମୁହାଁ ମୁହିଁ ଧକ୍କା , ଦୁର୍ଘଟଣାରେ ବାଇକ୍ ରେ ଥିବା ଚାରିଜଣଙ୍କ ମଧ୍ୟରୁ ବାପା ମାଆ ଗୁରୁତର ଥିବା ବେଳେ ୬ ବର୍ଷର ଛୋଟ ପୁଅର ମୃତ୍ୟୁ ହୋଇଥିବା ମୋହନା ମେଡିକାଲ୍ ଅଫିସରଙ୍କ ସୁଚନା ଦିଆଯାଇଛି।
Odisha Accident: ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ତୁରାଣୀପାଣି ଗାଁ ନିକଟରେ ବାଇକ୍ ଓ କାର୍ ମୁହାଁ ମୁହିଁ ଧକ୍କା , ଦୁର୍ଘଟଣାରେ ବାଇକ୍ ରେ ଥିବା ଚାରିଜଣଙ୍କ ମଧ୍ୟରୁ ବାପା ମାଆ ଗୁରୁତର ଥିବା ବେଳେ ୬ ବର୍ଷର ଛୋଟ ପୁଅର ମୃତ୍ୟୁ ହୋଇଥିବା ମୋହନା ମେଡିକାଲ୍ ଅଫିସରଙ୍କ ସୁଚନା ଦିଆଯାଇଛି। ଗୁରୁତର ଅବସ୍ଥାରେ ବାପା ମାଆଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି।
ଏକ ମିଟିଙ୍ଗ ପାଇଁ ବାଇକ୍ ଆରୋହୀ ଗଜପତି ଜିଲ୍ଲା ଗମ୍ଭାରୀ ଗାଁରୁ ଅଡବା ଆସୁଥିବା ବେଳେ ଏହି ଅଘଟଣ ଘଟିଛି। ବାଇକ୍ ଚାଳକ ଜଣଙ୍କ ଯାଉଥିବା ସମୟରେ ବିପରୀତ ଦିଗରୁ ଏକ କାର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ଦାରୀଙ୍ଗିବାଡି ଯିବା ସମୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଏହି ଧକ୍କାରେ ୬ ବର୍ଷର ଛୋଟ ପୁଅ ପ୍ରାଣ ହରାଇଛି। ସେପଟେ ବାପା ମାଆ ଓ ଦୁଇ ଛୁଆକୁ ୧୦୮ ଆମ୍ବୁଲେନ୍ସ ଯୋଗେ ଗୁରୁତର ଅବସ୍ଥାରେ ମୋହନା ମେଡିକାଲ୍ କୁ ଅଣା ଯାଇଥିଲେ ସୁଦ୍ଧା ଡାକ୍ତରଙ୍କ ବହୁ ଉଦ୍ୟମ ପରେ ମଧ୍ୟ ୬ ବର୍ଷର ଶିଶୁଟି ପ୍ରାଣ ହରାଇଛି। ବାପା ମାଆଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି।