Odisha Accident: ସରସ୍ୱତୀ ପୂଜାରେ ବଡ଼ ଅଘଟଣ। ବେଆଇନ୍ ପାର୍କିଂ ଚାଲିଗଲା ୨ ନିରୀହ ଜୀବନ।ପୁଣି ବେଆଇନ୍ ପାର୍କିଂ ନେଲା ଦୁଇ ଜୀବନ। କେନ୍ଦୁଝର(Keonjhar) ଜିଲ୍ଲା ବଡ଼ବିଲ ଥାନା, ଏନ୍ ଏଚ୍ ୫୨୦ ରୋଇଡ଼ା ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ବେଆଇନ ପାର୍କିଂ କରି ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ଦ୍ରୁତ ଗତିରେ ଆସି ଏକ ବାଇକ୍ ପିଟିହେବା ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀ ଯୁବକ ଓ ତାଙ୍କ ସହ ଆସୁଥିବା ୫ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି।
ତେବେ ବାଇକରେ ଥିବା ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ଚିକିତ୍ସା ପାଇଁ ତାଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏମାନେ ସମସ୍ତେ ଯୋଡ଼ା ଆଜାଦ ବସ୍ତି ଅଞ୍ଚଳର ବୋଲି କୁହାଯାଉଛି। ଆହତ ମହିଳାଙ୍କ ନାଁ ସଞ୍ଜୁ ମହାକୁଡ଼ ଓ ମୃତ୍ୟୁ ବରଣ କରିଥିବା ତାଙ୍କର ୫ ବର୍ଷର ଝିଅ ଅଙ୍କି ମହାକୁଡ଼। ତେବେ ମୃତ ଯୁବକଙ୍କ ପ୍ରକୃତ ପରିଚୟ ସ୍ପଷ୍ଟ ହୋଇ ପାରି ନାହିଁ । ବଡ଼ବିଲ ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି।


COMMERCIAL BREAK
SCROLL TO CONTINUE READING