Odisha News:(ନାରାୟଣ ବେହେରା) ଜାହାଜ ଉପରେ ଭାଙ୍ଗି ପଡିଲା ଲୋଡିଂ କରୁଥିବା ସୋର୍ କ୍ରେନ୍ । ଏଭଳି ଦୁର୍ଘଟଣା ଘଟିଛି ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଏମ୍ ପିବି ବର୍ଥରେ। ବର୍ଥ ଉପରେ ଥାଇ ଲୋଡିଂ କରୁଥିବା ଏକ ସୋର୍ କ୍ରେନ୍ ଅଧାରୁ ଭାଙ୍ଗି ପଡ଼ି ଜାହାଜ ଉପରେ ପଡିଛି। ଫଳରେ ଜାହାଜର ଲୋଡିଂ କାର୍ଯ୍ୟ ବନ୍ଦ ରଖା ଯାଇଥିବା ବେଳେ ଏହି କ୍ରେନର ରୋପ୍ ଛିଡିଯିବା କାରଣରୁ ବା କ୍ରେନ୍ ର କୌଣସି ଅଂଶ ଭାଙ୍ଗିବା କାରଣରୁ ଏପରି ଘଟିଥାଇ ପାରେ ବୋଲି ଅନୁମାନ କରା ଯାଉଛି। ତେବେ ବର୍ତ୍ତମାନ ସୁଧା କ୍ରେନ୍ ଭାଙ୍ଗିବା କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହି ଜାହାଜ ର ନାମ MV. AMNSI MAXIMUS ବୋଲି ଜଣାପଡିଛି। 


COMMERCIAL BREAK
SCROLL TO CONTINUE READING

ଏହା ପ୍ରଥମେ ଡୋଲୋମାଇଟ୍ ଲୋଡ୍ କରି ସାରିବା ପରେ ଲାଇମ୍ ଷ୍ଟୋନ୍ ଲୋଡ୍ କରୁଥିଲା। କିନ୍ତୁ ଏହା ଅତ୍ୟଧିକ ଓଜନ ହୋଇଥିବାରୁ ଏବଂ କ୍ରେନ୍ ଟି ତାର କ୍ଷମତା ବାହାରେ ଅଧିକ ଲୋଡିଂ କରୁଥିବା ରୁ ଏପରି ଅଘଟଣ ଘଟିଛି ବୋଲି ଚର୍ଚ୍ଚା ହେଉଛି । ତେବେ ଏହି କ୍ରେନ୍ ଟି ଜାହାଜ ଉପରେ ଛିଡି ପଡିବା ପରେ ଜାହାଜର କେଉଁ କର୍ମଚାରୀ ମୃତାହତ ହୋଇଛନ୍ତି କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୁଚନା ମିଳିନାହିଁ। ତେବେ କ୍ରେନ୍ କୁ ଉଠାଇବା ସହ ତୁରନ୍ତ କାର୍ଯ୍ୟରେ ଲାଗି ପଡିଛନ୍ତି କର୍ମଚାରୀ। ତେବେ ଏଭଳି ଘଟଣାକୁ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ କୌଣସି ଆଲୋଚନା ହୋଇ ପାରଗ ନଥିବା ବେଳେ ଘଟଣାର ତଦନ୍ତ ଚାଲିଥିବା ଜଣାପଡିଛି।