କଟକ: କଟକ ଐତିହାସିକ ବାଲିଯାତ୍ରା ବିଷୟରେ ସମସ୍ତେ ଜାଣନ୍ତି। ତେବେ ଏହି ବାଲିଯାତ୍ରା ଆସନ୍ତା ନଭେମ୍ବର ୧୫ରେ ଆରମ୍ଭ ହେବାକୁ ଯାଉଛି। ଏନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତ ବର୍ଷ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ପଡ଼ିଆରେ ରହିବ ଗ୍ରିନ କରିଡ଼ର। ଲୋକଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ଏଥର ଭିଡ଼କୁ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ସେହିପରି ଲୋକଙ୍କ ସୁରକ୍ଷା ପାଇଁ ପୁଲିସ, ସିସିଟିଭି, ୫ଟି ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି କଟକ ଜିଲ୍ଲାପାଳ ଦତ୍ତା ତ୍ରେୟ ଭାଓ ସାହେବ୍ ସିନ୍ଧେ କହିଛନ୍ତି। ଅନ୍ୟପଟେ ଓରମାସ୍ ଷ୍ଟଲ ସଂଖ୍ୟା ୫ଶହକୁ ବୃଦ୍ଧି ପାଇବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି।