Odisha News: (ଅଭୟ ମହାନ୍ତି) ଗତ କାଲି(ରବିବାର) ପତାକା ଉପଡାବି ଘଟଣାକୁ ନେଇ ଲାଗିଥିବା ଗୋଷ୍ଠୀ ସଙ୍ଘର୍ଷ ଘଟଣାରେ ୭ ଜଣକୁ ଗିରଫ କରିଛି ପୋଲିସ।ତେବେ ଘଟଣା ସ୍ଥଳରେ BNS ୧୬୩ ବଳବତ୍ତର ଥିବାରୁ ଗୁଡୁପୋଖରୀ ବଜାର ଓ ଅରୁଣ ବଜାରର ସମସ୍ତ ଦୋକାନ ଓ ସମସ୍ତେ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମଦରାସା ବନ୍ଦ ରହିଛି। ଉକ୍ତ ଘଟଣାରେ ଗୁଡୁପୋଖରୀ ଗ୍ରାମ ଏବେ ପୁରୁଷ ଶୂନ୍ୟ ହୋଇଥିବାବେଳେ ଘଟଣା ସ୍ଥଳରେ ୬ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଥିବା ବେଳେ ଧାମନଗର ଏସଡିଓ ଆଇଆଇସି ଧୂଷୁରୀ ଓଆଇସି ଓ ଧାମନଗର ତହସିଲଦାର ଘଟଣା ସ୍ଥଳରେ ପେଟ୍ରୋଲିଙ୍ଗ ଜାରି ରଖିଛନ୍ତି।


COMMERCIAL BREAK
SCROLL TO CONTINUE READING

ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆଜି ଅପରାହ୍ନରେ ଧାମନଗର ପଞ୍ଚାୟତ ସମିତି ଗୃହରେ ଉପଜିଲ୍ଲାପାଳଙ୍କ ଅଧକ୍ଷତାରେ ଶାନ୍ତି କମିଟି ଡାକି ଆଲୋଚନା କରିବା ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।