Odisha News:(ଅଭୟ ମହାନ୍ତି, କେନ୍ଦୁଝର) କେନ୍ଦୁଝର  ସଦର ଥାନା ସୁଅକାଟି ଫାଣ୍ଡି ମୁଣ୍ଡୁଳା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବନ୍ଦ ଥିବା ଏକ କ୍ରସରରୁ ମେସିନ ସାହାଯ୍ୟରେ ଦୁଇଟି ଟ୍ରକ ଲୁହା ପଥର ଗୁଣ୍ତ (iron ore) ନେଉଥିବା ବେଳେ ମାଡି଼ ବସିଲେ ଗାଁ ଲୋକେ। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, କେନ୍ଦୁଝର  ସଦର ଥାନା ସୁଅକାଟି ଫାଣ୍ଡି ମୁଣ୍ଡୁଳା ଗାଁରେ ବନ୍ଦ ଥିବା ଏକ କ୍ରସରରୁ  ମେସିନ ସାହାଯ୍ୟରେ ଦୁଇଟି ଟ୍ରକରେ ଲୁହା ପଥର ଗୁଣ୍ତ ଲୋଡ଼ କରୁଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ଦୁର୍ବୃର୍ତ୍ତଙ୍କୁ ଦେଖି ଶୁଆକାଟି ଫାଣ୍ଡି ପୋଲିସକୁ ଖବର ଦେଇ ଗାଡିକୁ ଅଟକାଇଥିଲେ ଗ୍ରାମବାସୀ । ଖବର ପାଇ ପୋଲିସ ବିଳମ୍ବରେ ପହଞ୍ଚିଥିଲା। ପୋଲିସ ଡେରିରେ ଆସିବାର ସୁଯୋଗ ନେଇ ଦୁଇଟି ଆଇରନ ବୋଝେଇ ଟ୍ରକ ମଧ୍ୟରୁ ଗୋଟିଏ ଖସି ପଳାଇ ଥିଲା । ପରେ ପୁଣି ଗ୍ରାମବାସୀ ସଦର ଥାନା ଅଧିକାରୀଙ୍କୁ ଖବର ଦେବାରୁ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ଥର ଗାଡ଼ି ସହ ଗୋଟିଏ ଲୁହାପଥର ଗୁଣ୍ଡ ଷୋହଳ ଚକିଆ (୧୬ ) ଟ୍ରକକୁ ଜବତ କରିଥିଲେ । 


ତାପରେ ସେଠାରୁ ପଳାଇଯାଇଥିବା ଟ୍ରକର.ପିଛା କରି ତାକୁ ଅନୁଗୋଳ ଜିଲ୍ଲାରୁ ଧରିବାକୁ ସଫଳ ହୋଇଥିଲେ । ହେଲେ ଏବେ ପ୍ରଶ୍ନ ଖବର ପାଇ ଫାଣ୍ଡି ଅଧିକାରୀ କାହିଁକି ଠିକ ସମୟରେ ଆସିଲେ ନାହିଁ । କି ଖସିଯାଇଥିବା ଗାଡିକୁ ଧରିବାକୁ ଚେଷ୍ଟା କଲେ ନାହିଁ । ଫାଣ୍ଡି ଅଧିକାରୀଙ୍କ ଏହି ଚୋରିରେ କିଛି ସଂପୃକ୍ତି ନାହିଁ ତ । କାରଣ ଗାଁ ଲୋକଙ୍କ କହିବା କଥା ବିଭିନ୍ନ ସମୟରେ ଫାଣ୍ଡି ଅଧିକାରୀ ଲୋକଙ୍କୁ କ୍ରସର ଉପରେ ତାଗିତ କରିଥାନ୍ତି । ଏଣୁ ଏଥିରୁ ଜଣାପଡୁଛି ଏହି ଚୋରି ଘଟଣାରେ ଫାଣ୍ଡି ଅଧିକାରୀଙ୍କ ଭୂମିକା ସଂନ୍ଦେହ ଘେରରେ ରହୁଛି । ତା ସହ ପଥର ଗୁଣ୍ଡ ଲୋଡ କରିଥିବା ମେସିନ କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରି ନାହିଁ । ଏ ପରିକି ଚୋରିରେ ସାମିଲ ଥିବା ଲୋକଙ୍କ ନାମକୁ ଉଲେଖ କରୁ ନାହିଁ । ଗ୍ରାମବାସୀ ବାରମ୍ବାର ପୋଲିସକୁ ପଚାରିବାରୁ ପୋଲିସ ଦୁଇଟି ଟ୍ରକ ସହ ଗୋଟିଏ ଥର ଗାଡିକୁ ଜବତ କରି ଧାରା- ୧୨୦ ବି, ୩୭୯, ୩୪ ଆଇପିସି ସହ ୨୧ ଏମଏମଡିଆର ଆକ୍ଟ ଲଗାଇ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।