ଭୁବନେଶ୍ଵର: ଭୁବନେଶ୍ୱର ବିମାନବନ୍ଦର ନିକଟରେ ବୁଲୁଛି ବାଘ। ବିମାନବନ୍ଦର ନିକଟ ଡମ୍ପିଂ ୟାର୍ଡ ନିକଟରେ ବାଘ ବୁଲୁଥିବାର ଦେଖିବାକୁ ମିଳିଛି। ଡମ୍ପିୟାର୍ଡ ଭିତରେ ଏକ କଳରାପତରିଆ ବାଘ ବୁଲୁଥିବାର ସୂଚନା ମିଳିଛି। ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଖବର ପାଇ ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି। 


COMMERCIAL BREAK
SCROLL TO CONTINUE READING

ତେବେ ବିମାନବନ୍ଦର ଡ୍ରମ୍ପିଙ୍ଗୟାର୍ଡ ନିକଟରେ କାମ କରୁଥିବା ସମୟରେ ବାଘକୁ ଦେଖିଥିବା ଲୋକେ କହିଛନ୍ତି। ସ୍ଥାନୀୟ ଅଞ୍ଚଳରେ ବାଘର ପାଦ ଚିହ୍ନ ମଧ୍ୟ ରହିଛି। ସକାଳ ୯ଟା ୨୯ ମିନିଟ୍‌ରେ ଜଣେ ମହିଳା ବାଘକୁ ଦେଖିବା ପରେ ଭୟର ବାତାବରଣ ଖେଳିଯାଇଛି। ଖବର ପାଇ ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏନେଇ ସୂଚନା ଦିଆଯାଇଛି। ବାଘ କାବୁ ନହେବା ଯାଏଁ ଲୋକେ ସେହି ଅଞ୍ଚଳରେ କାମ ନକରିବାକୁ ଦାବି କରିଛନ୍ତି।