1.ଲକ୍ଷ୍ମୀ ଯୋଜନା ଆରମ୍ଭ: ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆଜି ଲକ୍ଷ୍ମୀ ଯୋଜନା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ମାଲକାନଗିରି ଠାରେ ଉଦ୍‍ଘାଟନ କରିବେ। ଗ୍ରାମାଞ୍ଚଳ ଲୋକଙ୍କୁ ଉନ୍ନତ ଓ ସହଜ ପରିବହନ ସୁବିଧା ଯୋଗାଇବା ଲାଗି ସରକାର ଏହି ଲୋକେସନ୍‍ ଆକ୍‍ସେସିବଲ୍‍ ମଲ୍ଟିମୋଡାଲ୍‍ ଇନିସିଏଟିଭ୍‍ ( LACCMI) ଯୋଜନା ଆରମ୍ଭ କରାଯାଇଛି। ଯେଉଁଥିରେ ଗାଁରୁ ଜିଲ୍ଲା ମୁଖ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟାଳୟରୁ ପୁରୀ ବା ଭୁବନେଶ୍ୱର ପର୍ଯ୍ୟନ୍ତ ସଂଯୋଗ କରାଯାଇଛି। ଏଥିରେ ୧୬୦୦ ବସ୍‍ ରାଜ୍ୟ ସରକାର ଚଳାଇବେ। ପୂର୍ବରୁ ଅକ୍ଟୋବର ୩୧ ତାରିଖରେ ଏହି ଯୋଜନା ଆରମ୍ଭ କରାଯିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଘରୋଇ ବସ୍‍ ମାଲିକଙ୍କ ଆନ୍ଦେଳନ ଧମକ ହେତୁ ଏହି ନିର୍ଦ୍ଧାରଣରେ ପରିବର୍ତ୍ତନ କରାଯାଇଛି।


COMMERCIAL BREAK
SCROLL TO CONTINUE READING

2. ବିହାରରେ ଟ୍ରେନ୍‍ ଲାଇନ୍‍ଚ୍ୟୁତ: ବୁଧବାର ରାତି ପ୍ରାୟ ୯ଟା ୩୫ ମିନିଟ ସମୟରେ ଦିଲ୍ଲୀ ଆନନ୍ଦ ବିହାର-କାମାକ୍ଷା ଏକ୍ସପ୍ରେସ୍‍ ବିହାରର ରଘୁନାଥପୁରଠାରେ ଲାଇନ୍‍ଚ୍ୟୁତ ହୋଇ ପଲଟି ଯାଇଛି। ୩ଟି ବଗି ପଲଟିଯାଇଥିବାରୁ  ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି।


3.ଆଜିଠୁ ଖଡ଼ଗପୁରକୁ ଟ୍ରେନ୍‍: ବାଲେଶ୍ୱର-ଖଡ଼ଗପୁର ଟ୍ରେନ୍‍ ଲାଇନ୍‍ ମାଟି ଅତଡ଼ା ଖସିବାରୁ ଦବିଯିବା କାରଣୁ ବାତିଲ୍‍ ଥିବା ଟ୍ରେନ ଚଳାଚଳ ପୁଣିଥରେ ଆରମ୍ଭ କରାଯିବ। ଆସନ୍ତା କାଲି ଠାରୁ ବାତିଲ ହୋଇଥିବା ୮ ଯୋଡ଼ା ଟ୍ରେନ ପୁଣିଥରେ ସ୍ୱଭାବିକ ସମୟରେ ଚାଲିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। ଏହି ଟ୍ରେନଗୁଡ଼ିକ ହେଲା- ବାଲେଶ୍ୱର-ଭଦ୍ରକ ସ୍ୱତନ୍ତ୍ର ଟ୍ରେନ, ଖଡ଼ଗପୁର-ଯାଜପୁର ରୋଡ୍‍ ଏକ୍ସପ୍ରେସ, ଖଡ଼ଗପୁର- ଖୋର୍ଦ୍ଧା ଏକ୍ସପ୍ରେସ, ଖଡ଼ଗପୁର- ବାଲେଶ୍ୱର ସ୍ୱତନ୍ତ୍ର, ହାଓ୍ୱଡ଼ା- ଭଦ୍ରକ ଏକ୍ସପ୍ରେସ ଏବଂ ପୁରୀ ଜଳେଶ୍ୱର ସ୍ୱତନ୍ତ୍ର ଟ୍ରେନ୍। 


4.ଇସ୍ରାଏଲ୍‍ ଲାଗି ଅପରେସନ୍‍ ‘ଅଜୟ’: ଇସ୍ରାଏଲ୍‍ ରେ ଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ଅପରେସନ୍‍ ଅଜୟ ଆରମ୍ଭ କରାଯାଇଛି। ଯେଉଁମାନେ ଏବେକାର ଇସ୍ରାଏଲ ସ୍ଥିତିକୁ ଦେଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରିବାକୁ ଏହି ମିଶନର ଲକ୍ଷ୍ୟ ରହିଛି। ବୈଦେଶିକ ମନ୍ତ୍ରୀ ଏସ୍‍ ଜୟଶଙ୍କର ଏନେଇ ଟ୍ୱିଟ୍‍ ଯୋଗେ ସୂଚନା ଦେଇଛନ୍ତି। ଯେମିତି ୟୁକ୍ରେନ-ଋଷ ଯୁଦ୍ଧ ଆରମ୍ଭ ସମୟରେ ୟୁକ୍ରେନ୍‍ରେ ଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା ଠିକ୍‍ ସେହି ବ୍ୟବସ୍ଥା ଆପଣାଯାଇଛି। 


5.୮ ଓ୍ୱିକେଟରେ ଭାରତ ବିଜୟ:  ବିଶ୍ୱକପ୍‍ କ୍ରିକେଟର ନବମ ମ୍ୟାଚରେ  ଆଫଗାନିସ୍ତାନକୁ ଆଠ ଓ୍ୱିକେଟରେ ପରାସ୍ତ କରି ଭାରତ ନିଜ ବିଜୟ ଯାତ୍ରାକୁ ଅବ୍ୟାହତ ରଖିଛି।  ନୂଆଦିଲ୍ଲୀର ଅରୁରଜଜେଟ୍‍ଲି ଷ୍ଟାଡିୟମରେ ଏହି ମ୍ୟାଚ୍‍  ଖେଳାଯାଇଥିଲା। ପ୍ରଥମେ ଟସ୍‍ ଜିତି ଆଫଗାନିସ୍ତାନ ବ୍ୟାଟିଂ କରିଥିଲା। କିନ୍ତୁ ଗୋଟିକ ପରେ ଗୋଟିଏ ଓ୍ୱିକେଟ ପଡ଼ିଥିଲା। ୫୦ ଓଭରରେ ଟିମ୍‍ ମାତ୍ର ୨୭୨ ରନ୍‍ ସଂଗ୍ରହ କରିପାରିଥିଲା। ଯାହାର ଜବାବରେ ଭାରତ ୨ ଓ୍ୱିକେଟ ହରାଇ ମାତ୍ର ୩୫ ଓଭରରେ ଏହି ଲକ୍ଷ୍ୟ ହାସଲ କରିପାରି ଥିଲା।  


6.ଶନିବାର ଭାରତ ବନାମ ପାକିସ୍ତାନ: ଶନିବାର ଦିନ ଭାରତ ଏହାର ଐତିହାସିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ବିଶ୍ୱକପ୍‍ ମ୍ୟାଚରେ ଭେଟିବ। ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‍ ରେ ଏହି ମ୍ୟାଚ୍‍ ଆୟୋଜନ କରାଯାଇଛି।  ଉଭୟ ଦଳ ଦୁଇଟି ମ୍ୟାଚରୁ ଦୁଇଟିଯାକ ଜିତି ୪ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି।ଏଣୁ ଏହି ବିଜୟ କୌଣସି ଟିମ୍‍କୁ ପଏଣ୍ଟ ତାଲିକାରେ ଉପରକୁ ନେବାରେ ସହାୟକ ହେବ।  ଆଜି ଦଶମ ମ୍ୟାଚ ରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକାକୁ ଭେଟିବ। 


7.ବିଶ୍ୱକପ୍ ପାଇଁ ଟିଭି ବିକ୍ରି ବୃଦ୍ଧି: ଦିନକୁ ଦିନ ଅଧିକ ସଂକ୍ରମିତ ହେଉଛି ବିଶ୍ୱକପ୍‍ କ୍ରିକେଟ ଜ୍ୱର। ଏହି ଯୋଗୁ ଭାରତରେ ବଢ଼ି ଚାଲିଛି ଟିଭି ବିକ୍ରି। ପୂର୍ବ ବର୍ଷ ଅପେକ୍ଷା ଏବର୍ଷ ଅଢ଼ଇରୁ ୩ ଗୁଣା ବିକ୍ରି ବଢ଼ିଥିବା ଟିଭି ବଜାରରୁ ଜଣାପଡ଼ଛି। ସାଧାରଣତଃ ଭାରତରେ ପିତୃପକ୍ଷରେ କିଣା ବିକା କମ୍‍ ହୋଇଥାଏ। କିନ୍ତୁ ଏବର୍ଷ ସବୁ ରେକର୍ଡ ଭାଙ୍ଗିଛି ବିଶ୍ୱକପ୍‍ କ୍ରେଜ୍‍। ମୋବାଇଲ୍‍ ଫୋନର ଆଦୃତି ସତ୍ତ୍ୱେ ଟିଭିର ଚାହିଦା ଏଇଠୁ ସହଜରେ ଅନୁମାନ କରାଯାଇପାରେ। 



8.ଭାରତ-କାନାଡ଼ା ଗୁପ୍ତ ବୈଠକ: ଭାରତ ଏବଂ କାନାଡ଼ା ଭିତରେ ଚାଲିଥିବା କୂଟନୈତିକ ଅସ୍ଥିରତାକୁ ସ୍ଥିର କରିବା ଲାଗି ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଗୋପନରେ ଆଲୋଚନା କରିଥିବା ସୂଚନା ମିଳିଛି। ଆମେରିକାରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‍ ଜୟଶଙ୍କର ଏବଂ କାନାଡ଼ାର ପ୍ରତିପକ୍ଷ ମେଲାନୀ ଜୋଲି ବେଠକ କରିଥିବା ‘ଟାଇମ୍ସ ଅଫ୍‍ ଇଣ୍ଡିଆ’ ଦର୍ଶାଇଛି। 



9.୪ ଲକ୍ଷ ଖଣି କର୍ମଚାରୀ ଚାକିରି ହରାଇବେ: ଦିନକୁ ଦିନ ବିଶ୍ୱ ଶକ୍ତି କ୍ଷେତ୍ର ଅକ୍ଷୟ ଶକ୍ତି ଆଡ଼କୁ ମୁହାଁଇଥିବାରୁ  ଖଣି କ୍ଷେତ୍ର ବିଶେଷକରି କୋଇଲା ଖଣିରେ କାର୍ଯ୍ୟ କରୁଥିବା ବିଶ୍ୱର ୪ ଲକ୍ଷ କର୍ମଚାରୀ ଚାକିରି ହରାଇବା ଆଶଙ୍କା ରହିଛି। ୨୦୩୫ ସୁଦ୍ଧା ଏପରି ଅବସ୍ଥା ସୃଷ୍ଟି ହେବ ଏବଂ ୨୦୫୦ ବେଳକୁ ଏହା ୧୦ ଲକ୍ଷରେ ପହଞ୍ଚିବ ବୋଲି ଗ୍ଲୋବାଲ୍‍ ଏନର୍ଜୀ ମନିଟର ଦ୍ୱାରା ପ୍ରକାଶ କରାଯାଇଛି।



10.୨ ଲକ୍ଷ ମହିଳାଙ୍କୁ ସ୍କୁଟର: ରାଜ୍ୟର ମହିଳା ସ୍ୱୟଂସହାୟକ ଗୋଷ୍ଠୀର ମହିଳା ଓ ମିଶନ ଶକ୍ତି ଷ୍ଟାଫ୍‍ଙ୍କ ପାଇଁ ସ୍କୁଟର ଯୋଜନା ଶୁଭାରମ୍ଭ ହୋଇଛି। ଏଥିରେ ୨ ଲକ୍ଷ ମହିଳାଙ୍କୁ ସ୍କୁଟର କିଣିବା ଲାଗି  ସୁଧମୁକ୍ତ ଋଣ  ପ୍ରଦାନ କରାଯିବ। ସୁଧ ରାଶି ରାଜ୍ୟ ସରକାର ବହନ କରିବେ। ଏଥିଲାଗି ରାଜ୍ୟ ସରକାର ୫୨୮ କୋଟି ଟଙ୍କା ଆର୍ଥିକ ବୋଝ ଉଠାଇବେ।   ଏକ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଛନ୍ତି। ୧୫ ହଜାର ମହିଳାଙ୍କୁ ଆଜି ସ୍କୁଟର ବିତରଣ କରାଯାଇଛି।