Cyclone News: ସମ୍ଭାବ୍ୟ ବାତ୍ୟାକୁ ନେଇ ଶଙ୍କାରେ ପର୍ଯ୍ୟଟକ। ବାତ୍ୟା ଭୟ ପାଇଁ ଆଗୁଆ ପୁରୀ ଛାଡ଼ିଲେ ଶହ ଶହ ସଂଖ୍ୟକ ପର୍ଯ୍ୟଟକ। ପୂଜା ଛୁଟି କାଟିବାକୁ ପୁରୀ ଆସିଥିବା ହଜାର ହଜାର ଭକ୍ତ ,ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଏବେ ସମ୍ଭାବ୍ୟ ବାତ୍ୟା କୁ ନେଇ ଭୟଭୀତ।ବିଭିନ୍ନ ହୋଟେଲ , ଲଜ୍ ଓ ଧର୍ମଶାଳାରେ ରହି ପୁରୀରେ ଛୁଟି କାଟୁଥିବା ଏହି ପର୍ଯ୍ୟଟକମାନଙ୍କ ମନରେ ବାତ୍ୟା ଖବର ଶୁଣି ଛନକା ପଶିଛି। 


COMMERCIAL BREAK
SCROLL TO CONTINUE READING

ଆଜି ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ମାନେ ବିଭିନ୍ନ ହୋଟେଲ ଛାଡ଼ି ଏମାନେ ବିଭିନ୍ନ ଟାଉନ୍ ବସ୍, ଅଟୋ ଜରିଆରେ ଷ୍ଟେସନ୍ ଓ ବସ୍ ନେବା ପାଇଁ ଯାଉଥିବାର ଦେଖିବାକୁ ମିଳିଛି। ଛୁଟି କାଟିବା ପରିବର୍ତ୍ତେ ବିଷର୍ଣ୍ଣ ମନରେ ପୁରୀ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ଏହି ପର୍ଯ୍ୟଟକମାନେ।ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଆସନ୍ତା ୨୩ ତାରିଖ ପୂର୍ବରୁ ପର୍ଯ୍ୟଟକମାନଙ୍କୁ ପୁରୀ ଛାଡ଼ିବାକୁ ପରାମର୍ଶ ଦିଆଯାଇଥିଲା। ଏହାସହିତ ଯେଭଳି କୌଣସି ପର୍ଯ୍ୟଟକ ପୁରୀ ନଆସିବେ ସେଥିପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ଯେଉଁମାନେ ପୁରୀର ବାସିନ୍ଦା ନୁହଁନ୍ତି ଓ ରହିବାର ଆବଶ୍ୟକତା ଥିବ ସେମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାର କହିଛନ୍ତି।