ଭୁବନେଶ୍ୱର: ବୋଇପାରିଗୁଡା ବ୍ଲକ ଅନ୍ତର୍ଗତ ପୁରୁଣା ଗୁଡ଼ା ଗ୍ରାମ ରେ ଓଡ଼ିଶା ସିଡ ଗାର୍ଲ୍ ହର୍ଶିତା ପ୍ରିୟଦର୍ଶିନୀ ମହାନ୍ତିଙ୍କ ଜରିଆରେ ନିଜେ ଗଠନ କରିଥିବା " ହର୍ଶିତା ପ୍ରିୟଦର୍ଶିନୀ କୋମୁନିଟି ବିହନ ଓ ଶସ୍ୟ ବ୍ୟାଙ୍କ ତରଫରୁ ଏକ ବିଲୁପ୍ତ ପ୍ରାୟ ଦେଶୀ ଧାନ, ମାଣ୍ଡିଆ ର ସଂରକ୍ଷଣ ଓ ବ୍ୟାପକ ଚାଷ ନିମନ୍ତେ ଜନ ସଚେତନତା କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟମଣି ନାୟକ, ନାୟବ ସରପଞ୍ଚ ସୁଶାନ୍ତ କୁମାର ସାହୁ, ଅଧ୍ୟାପିକା ମୌସୁମୀ ମହାନ୍ତି, ଚାଷୀ ଶୁକ୍ରା ମାଝି ଯୋଗଦାନ କରିଥିଲେ। 


COMMERCIAL BREAK
SCROLL TO CONTINUE READING

ଏଥିରେ ହର୍ଶିତା ପ୍ରିୟଦର୍ଶିନୀ ନିଜର ସଂଗ୍ରହିତ ୧୮୦ ପ୍ରକାର ବିଲୁପ୍ତ ପ୍ରାୟ ଦେଶୀ ଧାନ, ୮୦ ପ୍ରକାର ମାଣ୍ଡିଆ, ୬ ପ୍ରକାର ସୁଁଆ ଉପରେ ସୁଚନା ପ୍ରଦାନ କରିଥିଲେ। ବର୍ତ୍ତମାନ ଅଧିକ ଅମଳ, ରାସାୟନିକ ସାର ଦୁରା ହାଇବ୍ରିଡ଼ ବିହନର ବ୍ୟାପକ ଉପଯୋଗୀ ଫଳରେ ଆମ ଅଞ୍ଚଳ ଜଳବାୟୁରେ ସହଣୀ ଦେଶୀବିହନ ଦିନକୁ ଦିନ ଲୋପ ପାଇବାରେ ଲାଗୁଚି। ଯାହା ନିମନ୍ତେ ନିଜସ ପାରମ୍ପରିକ ବିହନକୁ ଛାଡ଼ି ବଜାରର ବିକ୍ରି ଉପଲବ୍ଧି ବିହନକୁ ଚାଷୀ ପ୍ରତିବର୍ଷ କ୍ରୟ କରିବା ନିମନ୍ତେ ବଜାର ଉପରେ ନିର୍ଭର କରୁଛି। 


ଏହାକୁ ଦୃଷ୍ଟିରେ ରଖି ଅଷ୍ଟମ ଶ୍ରେଣୀର ଛାତ୍ରୀ ହର୍ଶିତା ପ୍ରିୟଦର୍ଶିନୀ ଆଗାମୀ ପିଢି ନିମନ୍ତେ ଦେଶୀ ବିହନର ସଂରକ୍ଷଣ, ବ୍ୟାପକ ଚାଷ ନିମନ୍ତେ ସଚେତନତା କରିବା ନିମନ୍ତେ ଆଗେଇ ଆସିଛନ୍ତି। ପ୍ରଥମ ବର୍ଷ ୨୦ ଜଣ ଚାଷୀ ମାଗଣା ଦେଶୀ ବିହନ ପ୍ରଦାନ କରିଥିଲେ। ଅମଳ ପରେ ବିହନ ନେଇଥିବା ଚାଷୀ ଦୁଇ ଗୁଣ ବିହନ ପ୍ରଦାନ କରିଥିଲେ। ଫଳରେ ସଫଳତାକୁ ଆଧାର କରି ଏହି ବର୍ଷ ବର୍ଷା ଋତୁରେ ନିଜ ନିକଟରେ ଥିବା ବିହନ, ଏବଂ ସ୍ଥାନୀୟ ଚାଷୀଙ୍କ ଠାରୁ କିଣି ବର୍ତ୍ତମାନ। 


ତାଙ୍କ ସମ ବୟସୀ ୩୦ ଜଣ ବାଳିକାଙ୍କୁ ନେଇ ପ୍ରୋଜେକ୍ଟ,," ହର୍ଶିତା " ନାମରେ ବଳିକା ଓ ତାଙ୍କ ଚାଷୀ ପରିବାରଙ୍କୁ ଜଣକ ପିଛା ୨ କେଜିରୁ ଊର୍ଦ୍ଧ୍ୱ ଦେଶି ବାସନା, ଅଧିକ ଅମଳ କ୍ଷମ ଦେଶୀ ଧାନ କଳାଜିରା,ବାସ ଭୋଗ , ଗୋବିନ୍ଦ ଭୋଗ, ମହୁଲ କୁଞ୍ଛି, ମାଛ କଣ୍ଟା, ଆସମ୍ ଚୁଡି, ଉମୁଁରୀୟା ଚୁଡି, ବୁଟା ଚୁଡି, କୁଡେଇ ଚୁଡି, ମାଣ୍ଡିଆ ବାଟି, ମମି, କେରଙ୍ଗ ଶୋଡ଼ା, ଜାମ, ବାପୀତା, କଳା କେରଙ୍ଗ,କୂର୍ମା, ସୁଭ୍ରା, କୁତିଙ୍ଗା, ତେଲେଙ୍ଗା ମାଣ୍ଡିଆ ବିହନ ଯୋଗାଇ ଦେଇଛନ୍ତି। ଚାଷ ଓ ଅମଳ ସମୟ ଯାଏଁ ନିଜର ବାପା, ମାଆ ଙ୍କୁ ଚାଷ କାମ ରେ ସାହଯ୍ୟ ସହ ଜ୍ଞାନ ଆହରଣ କରି ଲିପିବଦ୍ଧ କରି ରଖିବାକୁ କୋହିଛନ୍ତି। ଅମଳ ପରେ ନେଇଥିବା ବିହନ ୃକୁ ଦୁଇ ଗୁଣ ଫେରସ୍ତ କରିବାକୁ ସଚେତନ କରିଛନ୍ତି।  


ଆଗାମୀ ବର୍ଷ ରେ ତାହା ଅନ୍ୟ ଗ୍ରାମରେ ନୂତନ ଚାଷୀ ଙ୍କୁ ମାଗଣା ରେ ପ୍ରଦାନ କରିବାକୁ ସ୍ଥିର କରିଛନ୍ତି।ନିଜ ନିଜ ମଧ୍ୟରେ ପାରମ୍ପରିକ ଚାଷ ପ୍ରତି ଜ୍ଞାନ ର ଆହରଣ ଓ ପ୍ରଦାନ ଦୂୟାର ଆଗାମୀ ପିଡି ବିଲୁପ୍ତ ହେବାକୁ ଥିବା ଦେଶୀ ବିହନ ସଂରକ୍ଷଣ, ବ୍ୟାପକ ଚାଷ , କରିବାରେ ସହାୟକ ହେବ ବୋଲି ସମସ୍ତେ ଚିନ୍ତା ବ୍ୟକ୍ତ କରିଛନ୍ତି।ଏଥି ସହ ଦୁଇଟି ପଞ୍ଚାୟତ ର ୬ଟି ଗ୍ରାମ ଅମଳାଭଟା, ସଂତେଇପୁଟ, ପୂରୁଣା ଗୁଡ଼ା, ଦୋରଗୁଡ଼ା ପଞ୍ଚାୟତ ର ଡୁମୁରି ଗୁଡ଼ା, ବି, କେନ୍ଦୁଗୁଡା,ବେନ୍ଦ୍ରା ଗୁଡ଼ା  ଗ୍ରାମ ରେ ସମୁଦାୟ ୫୯ ଜଣ ଚାଷୀ ଙ୍କୁ ବିହନ ପ୍ରଦାନ୍ କରିଛନ୍ତି।  ହର୍ଶିତା ପ୍ରିୟଦର୍ଶିନୀ ମହାନ୍ତି, ପାରମ୍ପାରିକ ବିଲୁପ୍ତ ପ୍ରାୟ ଦେଶୀ ବିହନ କୁ ସଂରକ୍ଷଣ,ବ୍ୟାପକ ଚାଷ, ସଚେତନତା ଜାରି ରଖିଛନ୍ତି। କୁନି ବୟସ ରେ ଆନ୍ତର୍ଜାତୀୟ, ଜାତୀୟ ସ୍ତର କୃଷି କାର୍ଯକ୍ରମ ରେ ଭାରତ ସରକାର, ଓଡିଶା ସରକାର ଙ୍କ ନିର୍ଦ୍ଦେଶ କ୍ରମେ ନିଜର ବକ୍ତବ୍ୟ, ସଂଗ୍ରହିତ ବିହନ କୁ ପ୍ରଦର୍ଶିତ କରି ରାଷ୍ଟ୍ରପତି, ଜାତୀୟ କୃଷି ମନ୍ତ୍ରୀ, ଆଇସିଆର କୃଷି ବିଜ୍ଞାନୀ, ଅନ୍ତର୍ଜାତୟ କୃଷି ବିଜ୍ଞାନୀ, ବୁଦ୍ଧିଜୀବୀ ଙ୍କ ଠାରୁ ପ୍ରଶଂସିତ ହେଇଛନ୍ତି।