Odisha Accident: ରେଳ ଫାଟକ ତଳେ ପଶି ଯିବା ହେଲା କାଳ, ଅଳ୍ପକେ ରକ୍ଷା ପାଇଲା ଜୀବନ।ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏହି ଭିଡିଓ।ଏଭଳି ଦୃଶ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ରେଳ ଫାଟକରେ। ଯାହାର ଦୃଶ୍ୟ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ବସ୍ତା ଦକ୍ଷିଣ ପୂର୍ବ ରେଳପଥର ଦକ୍ଷୀଣ କେବିନର ରେଳଫାଟକଟି ଟ୍ରେନ ପାଇଁ ବନ୍ଦ ଥିବାବେଳେ କିଛି ଅମାନିଆ ଲୋକ ଏହାକୁ ଖାତିର ନ କରି ବନ୍ଦ ଫାଟକ ତଳେ ଦେଇ ଯିବା ଆସିବା କରୁଥିବା ବେଳେ ଏହି ଅଘଟଣ ଘଟିଛି।



COMMERCIAL BREAK
SCROLL TO CONTINUE READING

 ବସ୍ତା ଅଂଚଳର ଏକ ଯୁବକ ବାଇକ ନେଇ ଯାଉଥିଲାବେଳେ ହଠାତ୍ ଆପ ଲାଇନରେ ଏକ ଦ୍ରୁତଗାମୀ ଯାତ୍ରୀବାହୀ ଟ୍ରେନ ଆସି ଯାଇଥିଲା। ଟ୍ରେନକୁ ଦେଖି ଯୁବକ ଜଣକ ନିଜର ଭାରସାମ୍ୟ ହରାଇ ରେଳ ଧାରଣାରେ ବାଇକ ଛାଡି଼ ପଳାଇ ନିଜର ଜୀବନ ବଞ୍ଚାଇ ଥିଲେ। ମାତ୍ର ଦ୍ରୁତ ଗତିରେ ଆସୁଥିବା ଟ୍ରେନଟି ବାଇକକୁ ଧକ୍କା ଦେଇ ପ୍ରାୟ ୧୦୦ମିଟର ଦୁରକୁ ଘୋଷାଡ଼ି ନେଇଥିଲା।ଟ୍ରେନ ଧକ୍କାରେ ବାଇକଟି ଖଣ୍ଡ ବିଖଣ୍ଡିତ ହୋଇ ଯାଇଛି, ଯାହାର ଦୃଶ୍ୟ ସିସି ଟିଭିରେ କୟେଦ ହୋଇଥିଲା ବେଳେ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ତେବେ ଏକ ବଡ଼ ଧରଣର ଦୃର୍ଘଠଣା ଟଳିଯାଇଥିଲା। ଖବର ପାଇ ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଂଚି ବାଇକଟିକୁ ଜବତ କରି ୧୪୨/୨୪ ମୂଳେ ମାମଲା ଋଜୁକରି ତଦନ୍ତ ଜାରୀ ରଖିଛି।