ଖଲ୍ଲିକୋଟ: ୧୬ ନମ୍ବର ଜାତୀୟ ରାଜପଥ ଡିମିରିଆ ଗାଁ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ୨ କାଉଡ଼ିଆ ଓ ଜଣେ ବୃଦ୍ଧଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ଟ୍ରକ୍‌ ଟି ଓଲଟିଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଟ୍ରକ୍‌ ଟି ବ୍ରହ୍ମପୁରରୁ କୋଲକାତା ଅଭିମୁଖେ ଯାଉଥିବା ନେଇ ସୂଚନା ରହିଛି। 


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ୨ କାଉଡିଆ ପାପୁ ନାହାକ ଓ ରଞ୍ଜି ନାହାକ ଋଷିକୁଲ୍ୟା ନଦୀରୁ ପାଣି ଉଠାଇ ବାଣପୁର ଅଭିମୁଖେ ଯାଉଥିଲେ। ଏହି ସମୟରେ ଅନ୍ୟପକ୍ଷରେ ଏ. ବନମାଳି ପାତ୍ର ମଧ୍ୟ ସେହିଇଠି ଉପସ୍ଥିତ ଥିଲେ । ଟ୍ରକ୍ ଆସି ତିନି ଜଣଙ୍କ ଉପରେ ଚଢିଯାଇଥିଲା। ତେବେ ଘଟଣାସ୍ଥଳରେ ହିଁ ଦୁଇ କାଉଡିଆଙ୍କର ମୃତ୍ୟୁ ଘଟିଥିବାବେଳେ, ଏ.ବନମାଳୀ ପାତ୍ର ଙ୍କୁ ଗୁତୁର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଟ୍ରକ ଟି ୩ ଜଣଙ୍କ ଉପରେ ଚଢ଼ିଯିବା ପରେ ଓଲଟିପଡିଥିଲା। ଟ୍ରକ ଡ୍ରାଇଭରକୁ ଖଲ୍ଲିକୋଟ ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି। ଟ୍ରକଟି ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ଅଭିମୁଖ୍ୟ ଯାଉଥିବା ସୂଚନା ରହିଛି।