Odisha News: ଆତଙ୍କରେ ରାଜନଗରବାସୀ। ସତଭାୟା ସମୁଦ୍ରକୂଳରେ ଦୁଇଟି ଅଜଣା କଣ୍ଟେନର। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ସମୁଦ୍ର କୂଳରେ ଲାଗିଛି ଦୁଇ ଦୁଇଟି ବିରାଟକାୟ କଣ୍ଟେନର। କୌଣସି ଏକ ଜାହାଜରୁ ଏହି କଣ୍ଟେନର ଦୁଇଟି ଖସିପଡିଥିବା ଅନୁମାନ କରାଯାଉଛି । କଣ୍ଟେନର ଉପରେ ITT LINE privite ଲିମିଟେଡ଼ ଲେଖାଥିବା ଦେଖିବାକୁ ମିଳିଛି।


COMMERCIAL BREAK
SCROLL TO CONTINUE READING

ସ୍ଥାନୀୟ ଲୋକେ କଣ୍ଟେନରଟିକୁ ଖୋଲି ଦେଖିବା ବେଳକୁ ତା ଭିତରେ ସୁଖିଲା ଖାଦ୍ୟ ସହ ବସ୍ତ୍ର,ଚପଲ, ପାଣି ବୋତଲ ଓ ସ୍ନାକ୍ସ ଫୁଡ । ଯାହାକୁ ଅଖା ଓ ବ୍ୟାଗରେ ପୁରାଇ ମନଇଚ୍ଛା ଲୁଟିନେଇ ଥିଲେ ଲୋକେ । ଏହି କଣ୍ଟେନର କେଉଁ ଦେଶରୁ ଆସି ସାତଭାୟା ସମୁଦ୍ର କୂଳରେ ଲାଗିଛି । ତାହାର କାରଣ ଏ-ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରାଜନଗର ବନ ବିଭାଗ ଉକ୍ତ ଦୁଇ କଣ୍ଟେନରକୁ ଜଗି ରହିଛନ୍ତି। 


ସଂନ୍ଦେହ କରାଯାଉଛି ସମୁଦ୍ର ସେପଟେ ଥିବା ବାଂଲାଦେଶରେ ବନ୍ୟା ଆସିଥିବାରୁ ଲୋକମାନେ ନାଇଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନ୍ୟ କୌଣସି ଦେଶରୁ ବାଂଲାଦେଶ ଲୋକ ମାନଙ୍କୁ ରିଲିଫ ସାମଗ୍ରୀ ଜଳପଥରେ ଜାହାଜରେ ଆସୁଥିବା ବେଳେ ଦୁର୍ଘଟଣା ଘଟି ଦୁଇ କଣ୍ଟେନର ସମୁଦ୍ରରେ ଖସି ପଡ଼ିଥିବା ଅନୁମାନ କରାଯାଉଛି। ଅନ୍ୟପଟେ ପ୍ରଶ୍ନ ଉଠୁଛି ଯେଉଁ ଜାହାଜରେ କଣ୍ଟେନର ଯାଉଥିଲା ସେ ଜାହାଜ କୁଆଡେ ଗଲା। ତେବେ ବନ ବିଭାଗ ତରଫରୁ ତଦନ୍ତ ଜାରି ରହିଛି । ତଦନ୍ତ ପରେ ସମସ୍ତ ଘଟଣାର ସତ୍ୟାସତ୍ୟ ବାହାରକୁ ଆସିବ।