କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ରାଜନୀତିକ ଦଳର ଏହା ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଏହି ପ୍ରସଙ୍ଗକୁ ନେଇ ଆଜି ରେଭେନ୍ସା କ୍ୟାମ୍ପସରେ ଉତ୍ତେଜନା ସୃଷ୍ଟି ହୋଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ନ କରିବା ଦାବିରେ ବୁଧବାର ଏକ ଛାତ୍ର ଗୋଷ୍ଠୀ ମଶାଲ ଶୋଭାଯାତ୍ରା କରିଥିଲେ।


COMMERCIAL BREAK
SCROLL TO CONTINUE READING

ତେବେ ଏହି ମଶାଲ ଯାତ୍ରା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଦୁଇ ଗୋଷ୍ଠୀ ନାମ ପରିବର୍ତ୍ତନକୁ ନେଇ ବିବାଦ ହୋଇଥିବା କୁହାଯାଉଛି। ମୁହାଁମୁହିଁ ପରିସ୍ଥିତି ପରେ ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡିଛି। ପୁଲିସ ପହଞ୍ଚି ଉଭୟ ଗୋଷ୍ଠୀକୁ ବୁଝା ସୁଝା କରିଥିବା ସୂଚନା ମିଳିଛି।