ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ମହାଲ୍ଲିକପଡା ଗ୍ରାମରେ ଗୁରୁବାର ଜନୈକ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ବେଳେ ଭଉଣୀ ଗୁରୁତର ହୋଇଥିବା ଜଣାପଡ଼ିଛି। 


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ମୁତାବକ, ମହାଲିକପଡ଼ା ଗ୍ରାମର ମଣ୍ଟୁ ସାହୁଙ୍କ ସ୍ତ୍ରୀ ନଳିନୀ ସାହୁ(୩୦) ଓ ତାଙ୍କ ଶାଳୀ ଶଳିନୀ ସାହୁ(୨୦) କୌଣସି କାରଣରୁ ବିଷ ପିଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଚିକିତ୍ସାଳୟରେ ଡାକ୍ତର ନଳିନୀଙ୍କୁ ମୃତ ଘୋଷଣା କରିଥିଲେ। ଶଳିନୀ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଜଣାଯାଇଛି। ଖବର ପାଇ ପୁଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମହାଳିକପଡ଼ା ଗ୍ରାମର ମନୋରଞ୍ଜନ ସାହୁଙ୍କୁ ବିବାହ କରିଥିଲେ ନଳିନୀ ସାହୁ, ତାଙ୍କର ୩ ବର୍ଷର ପୁତ୍ର ସନ୍ତାନ ଅଛି। ସଳିନି ଗତ ଦୁଇଦିନ ହେବ ତାଙ୍କ ନାନୀଙ୍କ ଘରକୁ ଆସିଥିଲେ।