Odisha News: ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା, ୭ଲକ୍ଷ ଚାଷୀ ପାଇବେ କ୍ଷତିପୂରଣ
Odisha News: ଏଯାଏ ୨ଲକ୍ଷ ୯୧ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଯେଉଁ ଚାଷୀଙ୍କର ଫସଲରେ ୩୩ପ୍ରତିଶତ ବା ଅଧିକ କ୍ଷତି ହୋଇଥିବ ତାଙ୍କୁ ଏହି ସହାୟତା ପ୍ରଦାନ କରାଯିବ। ପଞ୍ଜିକୃତ ଚାଷୀଙ୍କୁ ଆଜିଠାରୁ ସହାୟତା ପ୍ରଦାନ କରାଯିବା ଆରମ୍ଭ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
Odisha News: ରାଜ୍ୟରେ ଗତ କିଛିଦିନ ତଳେ ହୋଇଥିବା ଅଦିନିଆ ବର୍ଷା ଓ ତଦ୍ଜନିତ କ୍ଷୟକ୍ଷତିକୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହାଦ୍ୱାରା ୩୩%ରୁ ଅଧିକ କ୍ଷତି ହୋଇଥିବା ଚାଷୀଙ୍କୁ କ୍ଷତିପୂରଣ ରାଶି ସରକାର ପ୍ରଦାନ କରିବେ। ଏପରିକି ଆଜିଠାରୁ ଏହି କ୍ଷତିପୂରଣ ପ୍ରଦାନ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
କୃଷି ଓଡ଼ିଶା ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୬ଲକ୍ଷ ୬୬ ହଜାର ୭୬୦ ଚାଷୀଙ୍କ ଫସଲ ନଷ୍ଟ ହୋଇଛ। ଏହି ଚାଷୀଙ୍କ କ୍ଷୟକ୍ଷତିକୁ ଭରଣା କରିବା ଲାଗି ସରକାର ୨୯୧ କୋଟି ଟଙ୍କା ସହାୟତା ପ୍ରଦାନ କରିବେ। ଏଯାଏ ୨ଲକ୍ଷ ୯୧ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଯେଉଁ ଚାଷୀଙ୍କର ଫସଲରେ ୩୩ପ୍ରତିଶତ ବା ଅଧିକ କ୍ଷତି ହୋଇଥିବ ତାଙ୍କୁ ଏହି ସହାୟତା ପ୍ରଦାନ କରାଯିବ। ପଞ୍ଜିକୃତ ଚାଷୀଙ୍କୁ ଆଜିଠାରୁ ସହାୟତା ପ୍ରଦାନ କରାଯିବା ଆରମ୍ଭ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ବରମୁଣ୍ଡା ପଡିଆରେ ଉଦଘାଟିତ ଏହି ୩ ଦିନିଆ କାର୍ଯ୍ୟକ୍ରମରେ ୩୦ ଜିଲ୍ଲାର ଚାଷୀ ସାମିଲ ହୋଇଛନ୍ତି। କୃଷି ଓଡିଶା ସମ୍ମିଳନୀରେ ୨୦୦ରୁ ଅଧିକ ଷ୍ଟଲରେ ବିଭିନ୍ନ କୃଷିଜାତ ଦ୍ରବ୍ୟ ଓ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୦ ହଜାର କୃଷକ, କୃଷିଜୀବୀ ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ଗୋଷ୍ଠୀ, ଅଣସରକାରୀ ଗୋଷ୍ଠୀ, ପାଣି ପଞ୍ଚାୟତ ସଭ୍ୟ, କୃଷି ଉଦ୍ୟୋଗୀ, ରପ୍ତାନୀକାରୀ, ଛାତ୍ରଛାତ୍ରୀ ଓ ଗବେଷକବୃନ୍ଦ ଏଥିରେ ଅଂଶଗ୍ରହଣ କରିଛନ୍ତି।