Vigilance Raid: ଭିଜିଲାନ୍ସ ପଞ୍ଝାରେ ସରକାରୀ ଅଧିକାରୀ । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଇ ଫସିଲେ କାଶିନଗରର ଶିକ୍ଷା ବିଭାଗର ଜୁନିୟର ଆକାଉଣ୍ଟାଟ୍ ବି. ଚନ୍ଦ୍ର ଶେଖର ବେହେରା। ଜଣେ ଶିକ୍ଷକଙ୍କ ଠାରୁ ଏରିୟର୍ ବିଲ୍ ପାସ୍ କରିବା ପାଇଁ କିଛି ହାତଗୁଞ୍ଚା ମାଗିଥିଲେ ଚନ୍ଦ୍ର ଶେଖର। ଏନଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସର ଦ୍ବାରସ୍ତ ହୋଇଥିଲେ। ପରେ ପୂର୍ବ ଯୋଜନା ମୁତାବତ ଲାଞ୍ଚ ନେବା ସମୟରେ ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଥିଲା।  ତେବେ ଲାଞ୍ଚ ନେବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭିଜିଲାନ୍ସ।  


COMMERCIAL BREAK
SCROLL TO CONTINUE READING

ସେପଟେ, କଟକରେ ମଧ୍ୟ ଗତକାଲି ଏପରି ଏକ ସମାନ ଘଟଣା ଦେଖିବାକୁ ମିଳିଥିଲା। ଘରୋଇ ହସପିଟାଲ ଆସୋସିଏସନରେ ପଞ୍ଜିକୃତ କରାଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଅବସରପ୍ରାପ୍ତ ସେକ୍ସନ ଅଫିସର ରେଣୁକା ଦେବୀ। ରେଣୁକା ଦେବୀ ବୋର୍ଡ ଅଫ ରେଭନ୍ୟୁ ବିଭାଗରୁ ଅବସର ଗ୍ରହଣ କରିସାରିଛନ୍ତି। ତେବେ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଅଧିକାରୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହା ସହି ତାଙ୍କୁ ସ୍ପେଶାଲ ଜଜ, ଭିଜିଲାନ୍ସଙ୍କ ନିକଟରେ ହାଜର କରାଯାଇଥିଲା। ପ୍ରାଥମିକ ଦଣ୍ଡ ବିଧାନ ଅନୁସାରେ ରେଣୁକାଙ୍କର ପେନସନ ଓ ଗ୍ରାଚ୍ୟୁଇଟିକୁ ବନ୍ଦ କରିଦିଆଯାଇଥିବା ଜଣାପଡ଼ିଛି। ତେବେ ଏହି ମାମଲାର ଶୁଣାଣୀ କରି ସ୍ପେଶାଲ କୋର୍ଟ ଜଜ ରେଣୁକାଙ୍କୁ ଦୁଇ ବର୍ଷ ଦଣ୍ଡାଦେଶ ଦେବା ସହିତ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।