ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ଅଧିକାରୀ ରମେଶ ଚରଣ ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଭୁବନେଶ୍ୱର ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। 


COMMERCIAL BREAK
SCROLL TO CONTINUE READING

ରମେଶଙ୍କ ଭୁବନେଶ୍ୱର କଳିଙ୍ଗନଗରରେ ଥିବା ଦୁଇ ମହଲା ବିଶିଷ୍ଟ ଘର, ଭୁବନେଶ୍ୱର ଗୋଠପାଟଣା ଥିବା ୩ମହଲା ବିଶିଷ୍ଟ କୋଠା, ପୁରୀ ଖୁଣ୍ଟିଆ ବାଣପୁରରେ ଥିବା ପୈତୃକ ଘର, ୟୁନିଟ ୨ରେ ଥିବା ସରକାରୀ କ୍ୱାର୍ଟର୍ସ, ଖୋର୍ଦ୍ଧା ଟାଙ୍ଗିରେ ଥିବା ସମ୍ପର୍କୀୟ ଘର ଓ ଅଫିସ୍ ଚାମ୍ବରର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉରେ ୮ଜଣ ଡିଏସିପି, ୩ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସ୍‌ଆଇ ସମେତ ଅନ୍ୟ ଷ୍ଟାଫ ସାମିଲ ହୋଇଛନ୍ତି।