କୋରାପୁଟ: ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲର ରାଜସ୍ବ ନିରୀକ୍ଷକ (ଆରଆଇ)। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆରଆଇ ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ଚଢ଼ଉ କରାଯାଇଛି। ଘର ସମେତ କୋରାପୁଟ ଏବଂ ଜୟପୁରରେ ଥିବା ସୁରେନ୍ଦ୍ରଙ୍କ ୮ଟି ଠିକଣାରେ ଅଧିକାରୀମାନେ ଚଢ଼ଉ ଜାରି ରଖିଛନ୍ତି। ଭିଜିଲାନ୍ସ ବିଭାଗର ୩ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ୫ ଜଣ ଏଏସଆଇ ଏହି ଚଢ଼ଉରେ ସାମିଲ ହୋଇଥିବା ସୂଚନା ମିଳିଛି। ତେବେ ଭିଜିଲାନ୍ସ ଟିମ ଚଢ଼ଉ ଜାରି ରଖିଛନ୍ତି।