Weather Update: ଢହ ଢହ ଖରାରେ କଲବଲ ସାରା ଓଡ଼ିଶା । ଆଗକୁ ଆହୁରି ଭୟାନକ ହେବ ସ୍ଥିତି । ଆହୁରି କଲବଲ କରିବା ତାତି । ଆଗାମୀ ୪ ଦିନ ତାପମାତ୍ରା ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ତେବେ ଶୁକ୍ରବାର ଓ ଶନିବାର ଭୟଙ୍କର ଗ୍ରୀଷ୍ମ ପ୍ରବାହ ହେବା ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଦୁଇ ଦିନ ତାପମାତ୍ରା ୪୫ ଡିଗ୍ରୀ ପାର କରିବ ବୋଲି ଅନୁମାନ କରାଯାଉଛି।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ଶୁକ୍ରବାର ତାତି ଆହୁରି ବଢିବା ନେଇ ବଲାଙ୍ଗିର, ନୂଆପଡ଼ା, କଳାହାଣ୍ତି, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, ଢେଙ୍କାନାଳ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଦେବଗଡ଼, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ସୋନପୁର, ବୌଦ୍ଧ, ବରଗଡ଼, ସମ୍ୱଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।


ସେହିପରି ଶନିବାର ଦିନ କଳାହାଣ୍ତି ,ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ସମ୍ୱଲପୁର, ବରଗଡ଼, ଯାଜପୁର, କେନ୍ଦ୍ରାପଡ଼ା, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ନୟାଗଡ଼, ପୁରୀ, କଟକ, ଅନୁଗୋଳ, ଦେବଗଡ଼ ଓ ଜଗତସିଂହପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।


 



ପ୍ରକାଶ ଥାଉ କି, ଆଜି ଦିନ ୨ଟା ସୁଦ୍ଧା ତାପମାତ୍ରା ୪୩ ଡିଗ୍ରୀ ଡେଇଁଛି । ୪୩.୬ ସହ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା ରାଜଧାନୀର ତାପମାତ୍ରା ୪୨.୨ ରହିଥିଲା । ସେହିପରି ସମ୍ବଲପୁର ଓ ହୀରାକୁଦ ୪୨.୨ ଡିଗ୍ରୀ ରହିଥିବା ବେଳେ କେନ୍ଦୁଝର ଓ ଚାନ୍ଦବାଲି ୪୧.୮ ରହିଛି । ରାଉରକେଲାରେ ୪୧.୪ ଡିଗ୍ରୀ, ବାଲେଶ୍ୱରରେ ୪୧, ପୁରୀରେ ୩୫, ଗୋପାଳପୁରରେ ୩୪.୮, ପାରାଦ୍ୱୀପରେ ୩୪.୨ ଡିଗ୍ରୀ ରହିଛି । ତେବେ ମେ ଦ୍ୱିତୀୟ ସପ୍ତାହ ପ୍ରାରମ୍ଭ ପର୍ଯ୍ୟନ୍ତ ତାତି ଜାରି ରହିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଉଛି।