Heat Wave: ଡ଼ହଡ଼ହ ଖରାରେ ଜଳୁଛି ସାରା ରାଜ୍ୟ। ସପ୍ତାହେ ହେବ ଅସ୍ତବ୍ୟସ୍ତ ଜନଜୀବନ । ସ୍ଥିତି ଏମିତି ହେଉଛି ଯେ ସକାଳ ୮ଟା ପରେ ପଦାକୁ ବାହାରିବା ସମ୍ଭବ ହେଉନାହିଁ । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ତେବେ ଆଗାମୀ ୪ ଦିନ ଏପରି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ପାଣିପାଗ ବିଭାଗର କହିବା ଅନୁଯାୟୀ, ଆସନ୍ତା ୨୭ ଯାଏଁ  ତାତିରୁ ନିସ୍ତାର ମିଳିବ ନାହିଁ । ୨୪, ୨୫ରେ ଉତ୍ତର ଓ ଉପକୂଳରେ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୬ ଓ ୨୭ରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ଗମ୍ଭୀର ହେବ। ୨୬ରେ ସିଭିୟର୍ ହିଟ୍ ୱେଭ୍ ନେଇ ୧୧ ଜିଲ୍ଲାକୁ, ୨୭ରେ ସିଭିୟର୍ ହିଟ୍ ୱେଭ୍ ନେଇ ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ଆକଳନ କରାଯାଇଛି।


 



ସୋମବାର ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇଥିଲା। ଫଳରେ ତାତି ସାମାନ୍ୟ କମିଥିଲା। କିନ୍ତୁ ଭୁବନେଶ୍ବର ସମେତ ଉପକୂଳ ଓଡି଼ଶା ପ୍ରଚଣ୍ତ ତାତିରେ ଆଉଟୁପାଉଟୁ ହୋଇଛି। ଗତକାଲି ପ୍ରାୟ ୫.୫ ଡିଗ୍ରୀ ଅଧିକ ତାତି ସହ ଭୁବନେଶ୍ବର ଦେଶର ସବୁଠୁ ଉତ୍ତପ୍ତ ସହର ଥିଲା। ଏଠାରେ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ ହୋଇଥିଲା।


Also Read- Chandan Yatra: ଚନ୍ଦନଯାତ୍ରା ନେଇ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଆରମ୍ଭ