Weather Update: ଶୀତରେ ଆସୁଛି ବର୍ଷା (rain)। ରାଜ୍ୟରେ ଏବେ ଶୀତ ବର୍ଷାର ଚାଲିଛି ଲୁଚକାଳି ଖେଳ। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆସନ୍ତା ୫ ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ତେବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ମଙ୍ଗଳବାର ସୁଦ୍ଧା ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି (Bhubaneswar Meteorological Centre)। ଏହି ଲଘୁଚାପ (Low Pressure) ପ୍ରଭାବରେ ୧୫ ନଭେମ୍ବରରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ଆଉ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। 


COMMERCIAL BREAK
SCROLL TO CONTINUE READING

 



ଏହା ୧୬ ତାରିଖ ସୁଦ୍ଧା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ଏହାର ପ୍ରଭାବରେ କୋରାପୁଟ,ମାଲକାନଗିରି ଓ ରାୟଗଡାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ସୂଚନା ଦିଆଯାଇଛି। ଅନ୍ୟପଟେ ୧୬ ରୁ ୧୮ ତାରିଖ ମଧ୍ୟରେ ଖୋର୍ଦ୍ଧା,କଟକ, କେନ୍ଦ୍ରପଡ଼ା, ଭଦ୍ରକ, ଗଜପତି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ପୁରୀ, ନୟାଗଡ଼, ଢେଙ୍କାନାଳ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।