Weather Update: ରାଜ୍ୟରେ ଜାରି ରହିଛି ବର୍ଷା (Rain) । କାହିଁକିନା ବଙ୍ଗୋପସାଗରରେ(Bay of Bengal) ସକ୍ରିୟ ରହିଛି ଲଘୁଚାପ (Low-Pressure)। ଯାହାର ପ୍ରଭାବରେ  ଆସନ୍ତା ୪ ତାରିଖ ଯାଏଁ  ରହିବ । ଅର୍ଥାତ୍ ରାଜ୍ୟରେ ଏଭଳି ପାଗ ଆଉ  ତିନି ଦିନ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar Meteorological Centre) ପକ୍ଷରୁ କୁହାଯାଇଛି। ଖାସ୍ କରି ଆଜି  ଉତ୍ତର ଓଡିଶା ଓ ଆଭ୍ୟନ୍ତରିଣ ଓଡି଼ଶାରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଉପକୂଳ ଓଡ଼ିଶର କେତେକ ସ୍ଥାନରେ ଘଡଘଡି ସହ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି ।  ଆଜି  ଏନେଇ ପାଣିପାଗ ବିଭାଗ ୫ ଜିଲ୍ଲାରେ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ (orange alert) ଜାରି କରାଯାଇଛି। ତେବେ, ସେହି ଜିଲ୍ଲା ଗୁଡି଼କ ହେଲା,  କେନ୍ଦୁଝର , ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 


COMMERCIAL BREAK
SCROLL TO CONTINUE READING

Also Read:  Today Horoscope: ଆକସ୍ମିକ ଧନ ଲାଭ ସହ ଶୁଭଫଳ ପାଇବେ ଏହି ରାଶିର ଲୋକେ, ଜାଣନ୍ତୁ କେମିତି କଟିବ ଆଜିର ଦିନ?


ସେହିପରି ଆସନ୍ତା ତିନି ଦିନ ଯାଏଁ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।  ସମ୍ବଲପୁର, ଝାରସୁଗୁଡା, ସୋନପୁର, ବଲାଙ୍ଗୀର, କେନ୍ଦୁଝର , ମୟୂରଭଞ୍ଜ, ସୁନ୍ଦରଗଡ, ଅନୁଗୁଳ, ଦେବଗଡ ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।   ଅନ୍ୟପଟେ, ଜଗତସିଂହପୁର, କଟକ, ଯାଜପୁର, ଢ଼େଙ୍କାନାଳ, ବାଲେଶ୍ୱର , ଭଦ୍ରକ ,ନୂଆପଡା, କେନ୍ଦ୍ରାପଡ଼ା, ନବରଙ୍ଗପୁର, କଳାହାଣ୍ଡୀ, କନ୍ଧମାଳ, ବୌଦ୍ଧ ଓ ନୟାଗଡରେ ବି ଆସନ୍ତା ଦିନ ତିନ ଯାଏଁ ପ୍ରବଳ ବର୍ଷିବ ।  ସେହିପରି ଆସନ୍ତା ୪ ତାରିଖରେ, ଉତ୍ତର- ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ଆଶଙ୍କା ରହିଛି। ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ଓଡିଶାରେ ଜୁନ ୧ ରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ୧୧୦୫.୪ ପ୍ରତିଶତ ବର୍ଷା ହୋଇଛି । ଯାହାକି ସ୍ବାଭାବିକ ବର୍ଷା ତୁଳନାରେ ୩ ପ୍ରତିଶତ କମ ଅଟେ । ୩୦ଟି ଜିଲ୍ଲା ମଧ୍ୟରୁ ତିନୋଟି ଜିଲ୍ଲାରେ ସବୁଠୁ କମ୍ ବର୍ଷା ହୋଇଛି।  ପୁରୀରେ ସ୍ବାଭାବିକ ଠାରୁ ୨୦ ପ୍ରତିଶତ କମ , କେନ୍ଦ୍ରାପଡ଼ାରେ  ୨୬ ପ୍ରତିଶତ କମ୍ ଏବଂ ସେହିପରି  ନବରଙ୍ଗପୁର ଜିଲ୍ଲାରେ ୨୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି ।