Weather Update: ରାଜ୍ୟରେ ଜାରି ରହିଛି ଲଘୁଚାପ  (Low pressure) ଜନିତ ଲଗାଣ ବର୍ଷା (rain in state)। ଉତ୍ତର-ଓଡିଶା ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ସୁଦୃଶଃ-ଲଘୁଚାପ କ୍ଷେତ୍ର । ଏହା ଆଗାମୀ ୨ ଦିନ ଯାଏଁ ଛତିଶଗଡ ଏବଂ ମଧ୍ୟପ୍ରଦେଶ ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି ।  ଫଳରେ, ଏହାର ପ୍ରଭାବରେ ରାଜ୍ୟରେ ଆଉ ଦୁଇ ଦିନ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ (imd)। ଏ-ନେଇ ପଶ୍ଚିମ ଓଡି଼ଶାର ନୂଆପଡା, କଳାହାଣ୍ଡି,ସୋନପୁର, ସମ୍ବଲପୁର ଓ ବରଗଡ଼  ଜିଲ୍ଲାକୁ ରେଡ଼ ଆଲର୍ଟ (Red Alert)ଜାରି କରାଯାଇଛି। ଏହି ସବୁ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା (heavy rain) ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲା ଗୁଡିକରେ ତଳିଆ ଅଞ୍ଚଳରେ ପାଣି ଜମିବା ସହ ବନ୍ୟା ପରିସ୍ଥିତି ଉପୁଜିପାରେ। ତେଣୁ ଏହି ସବୁ ଜିଲ୍ଲା ଗୁଡିକ ଉପରେ ନିଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି (src)। 


COMMERCIAL BREAK
SCROLL TO CONTINUE READING

 




ସେପଟେ, ଆଜି ରାଜ୍ୟରେ  ୫ ଜିଲ୍ଲାକୁ ୟେଲୋ ଆଲର୍ଟ (Yellow alert) ଜାରି କରାଯାଇଛି । ନବରଙ୍ଗପୁର, ଝାରସୁଗୁଡ଼ା, ଗଜପତି, କୋରାପୁଟ୍ ଏବଂ ସୁନ୍ଦରଗଡ଼ ରେ ଆଜିବି ବର୍ଷା ସମ୍ଭାବନା ଥିବାରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ତେବେ ୧୮ ତାରିଖରୁ ଆଉ ଏକ ଳଘୁଚାପ ହେବାର ଆକଳନ କରିଛି ପାଣିପାଗ ବିଭାଗ (imd)। ଏହାର ପ୍ରଭାବରେ ଗଣେଶପୂଜା ଏବଂ ନୂଆଖାଇ ବର୍ଷା ଯୋଗୁଁ ପ୍ରଭାବିତ ହେବ ବୋଲି ଆଶଙ୍କା ରହିଛି।


 


ସେପଟେ, ଲଗାଣ ବର୍ଷା ଯୋଗୁ ରାଜ୍ୟର ୫ ଜିଲ୍ଲାରେ ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି। କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗିର ଏବଂ ମାଲକାନଗିରି ପ୍ରଭୃତି ଜିଲ୍ଲାରେ ୧୦୦ରୁ ଅଧିକ ଲୋକଙ୍କ ଘର ଭାଙ୍ଗିଯାଇଥିବା ବେଳେ ସାଧାରଣ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କ ପକ୍ଷରୁ କୁହାଯାଇଛି।  ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ଅତ୍ୟଧିକ ସକ୍ରିୟ ରହିଛି।  ଏବଂ ହାରାହାରି ବର୍ଷା ୪୭.୫ ମିମି ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା  ୭.୬ ମିମି ତୁଳନାରେ  ୫୨୪ ପ୍ରତିଶତ ଅଧିକ ରହିଛି । ରାୟଗଡା ଜିଲ୍ଲାରେ ହାରାହାରି ୭୨.୧ ମିମି ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା  ୪.୩ ମିମି ତୁଳନାରେ  ୧୫୭୬% ଅଧିକ ରହିଛି ।