Weather Update: ରାଜ୍ୟରେ ଦୁର୍ବଳ ରହିଛି ମୌସୁମୀ ବାୟୁ (monsoon) । ଫଳରେ ରାଜ୍ୟରେ ଏବେ ବର୍ଷାର (rain) ଦେଖା ନାହିଁ। ମୌସୁମୀ ସମୟ ଗୁଳୁଗୁଳି ଓ ଗରମ ଅନୁଭବ କରୁଛନ୍ତି ରାଜ୍ୟବାସୀ ।  ତେବେ, ଏହାରି ଭିତରେ ପାଣିପାଗ ବିଭାଗ ଏକ ଆଶ୍ବସ୍ତି କଲା ପରି ଖବର ଦେଇଛି। ଆସନ୍ତା ତିନି ତାରିଖରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡି଼ଶା ସମେତ ପାଶ୍ବବର୍ତ୍ତୀ ଜିଲ୍ଲା ଗୁଡି଼କରେ  ବିଜୁଳି ଘଡ଼ଘଡି (thunderstorm)ସହ ବର୍ଷା (rain) ସମ୍ଭାବନା ରହିଛି । ୩ରୁ ରାଜ୍ୟରେ ପାଗ ବଦଳିବା ସହ ୪ ସେପ୍ଟେମ୍ବର ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । 



COMMERCIAL BREAK
SCROLL TO CONTINUE READING

ତିନି ତାରିଖ ବେଳକୁ  ରାଜ୍ୟର କେତେକ ସ୍ଥାନରେ ବିଜୁଳି ଘଡ଼ଘଡି ସହ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର (IMD )ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଏହା ସହ ୩ ତାରିଖ ପାଇଁ ୧୫ ଜିଲ୍ଲା ଓ ୪ ତାରିଖ ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ(Yellow alert ) ଦେଇଛି ପାଣିପାଗ ବିଭାଗ।  ରାଜ୍ୟରେ ଅଗଷ୍ଟ ୩୧ ସୁଧା ୧୪ ପ୍ରତିଶତ ନିଆଷ୍ଟିଆ ବର୍ଷା ହୋଇଛି । ଯଦିଓ ଗାଣେତିକ ଭାବେ ଏହାର ପରିମାଣ ସ୍ବାଭାବିକ ଶ୍ରେଣୀରେ ଆସୁଛି । ମାତ୍ର ଫସଲର ଅବସ୍ଥା ଏହି ପାଣିପାଗର ଅଙ୍କଠାରୁ ସମ୍ପୁର୍ଣ୍ଣ ଅଲଗା ରହିଛି । 


Also Read: Puri News: ଜଗନ୍ନାଥ ଦର୍ଶନ ଲାଗି ଏଣିକି ଲାଗୁ ହେବ ଟିକେଟ୍‍, ଜାଣନ୍ତୁ କେବେଠୁ ?


ବର୍ତ୍ତମାନ ୧୯ଟି ଜିଲ୍ଲାରେ ଫସଲ ଅବସ୍ଥା ସଙ୍କଟାପନ୍ନ ଭିତରେ ରହିଥିବା ବେଳେ ସମ୍ଭବତଃ ୨୦୦୨ ମରୁଡି ବର୍ଷ ପରି  ଚଳିତ ବର୍ଷ କେତେକ ସ୍ଥାନରେ ମରୁଡି ଦେଖାଦେଇଛି ବୋଲି  କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର୍  ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ମରୁଡିର ପ୍ରାଥମିକ ଆକଳନ ବ୍ଲକ୍ ବା ପଞ୍ଚାୟତ ସ୍ତରରେ କରାଯାଇଥାଏ। ଏଭଳି ପରିସ୍ଥିତିକୁ ଦେଖିଲେ ବର୍ତ୍ତମାନ ସୁଧା ଫସଲରେ କ୍ଷତି ହୋଇଥିବା ସେ କହିଛନ୍ତି।  ଯାହା ଦ୍ବାରା ସେପ୍ଟେମ୍ବର ମାସରେ ବର୍ଷା ହେଲେ ମଧ୍ୟ ଏହା ଫସଲର ଆବଶ୍ୟକତା ଭରଣ କରିପାରିବ ନାହିଁ  ବୋଲି ସେ କହିଛନ୍ତି । ରାଜ୍ୟରେ ଏଭଳି ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀ ମଧ୍ୟ ହତାଶ ହୋଇଛି।