Weather Update: ରାଜ୍ୟରୁ ଏବେ ମୌମୁମୀ (Monsoon) ବିଦାୟ ସମ୍ପୁର୍ଣ୍ଣ ବିଦାୟ ନେଇ ସାରିଛି । ଆଉ ରାଜ୍ୟର ଏବେ  କେତେକ ଜିଲ୍ଲାରେ ହାଲୁକା ଥଣ୍ତା (cold) ଅନୂଭୂତ ହେଉଛି। ତେବେ ଆଗକୁ ଶୀତ(winter)ଆହୁରି ବଢିବା ନେଇ ସମ୍ଭାବନା ରହିଛି । ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar Meteorological Centre) ଏକ ଚମକାଇଲା ପରି ଖବର ଦେଇଛି। ନଭେମ୍ବର ୧ ତାରିଖରୁ ରାଜ୍ୟରେ(rain) ପୁଣି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବଙ୍ଗୋପସାଗର ରୁ ପୂର୍ବାଳୀ -ତରଙ୍ଗ ପ୍ରଭାବରେ ୧ ରୁ ୩  ନଭେମ୍ବର ଯାଏଁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର (Bhubaneswar Meteorological Centre) ପୂର୍ବାନୁମାନ କରିଛି। 


COMMERCIAL BREAK
SCROLL TO CONTINUE READING

 



Also Read: Today Horoscope: ଏହିସବୁ ରାଶିରେ ଘଟିବ ବିବାଦୀୟ ପରିସ୍ଥିତି, ଜାଣନ୍ତୁ କେମିତି କଟିବ ଆଜିର ଦିନ?


Also Read: Shukra Gochar 2023: କନ୍ୟା ରାଶିରେ ଗୋଚର କରିବେ ଶୁକ୍ର; ବଦଳିଯିବ ୩ଟି ରାଶିର ଭାଗ୍ୟ


ଏଥି ମଧ୍ୟରେ ରାଜ୍ୟର ୫ଟି ସହରରେ ରାତି ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସି ଆସିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନାନୁସାରେ, ଗତ ୨୪ ଘଣ୍ଟାରେ ରାଜ୍ୟର ରେକର୍ଡ ହୋଇଥିବା ପ୍ରମୁଖ ସର୍ବନିମ୍ନ ରାତ୍ରି ତାପମାତ୍ରା ଉପରେ ନଜର ପକାନ୍ତୁ।  ଜି ଉଦୟଗିରିରେ ୧୩,୫ ଡିଗ୍ରୀ, ଫୁଲବାଣୀରେ ୧୪ ଡିଗ୍ରୀ, କୋରାପୁଟରେ ୧୪ ଡିଗ୍ରୀ,  ଦାରିଙ୍ଗିବାଡି଼ରେ ୧୪ ଡିଗ୍ରୀ,  କିରେଇ ୧୪.୪ ଡିଗ୍ରୀ,  ସିମିଳିଗୁଡାରେ ୧୫ ଡିଗ୍ରୀ, ଅନୁଗୁଳ ୧୬ ଡିଗ୍ରୀ, ଭବାନୀପାଟଣାରେ ୧୬ ଡିଗ୍ରୀ, କେନ୍ଦୁଝରରେ ୧୬.୪ ଡିଗ୍ରୀ, ସୋନପୁରରେ ୧୬.୯ ଡିଗ୍ରୀ, ନବରଙ୍ଗପୁରରେ ୧୭.୪ ଡିଗ୍ରୀ ଓ ରାଉରକେଲାରେ ୧୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ସେହିପରି ଗତ ଶୁକ୍ରବାର ଦିନ ମଧ୍ୟ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି। ଯାଜପୁର ଜିଲ୍ଲାରେ ସର୍ବାଧିକ ୧୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ  ମୟୂରଭଞ୍ଜରେ ୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।