Weather Update: ଅକ୍ଟୋବର ମାସ ଅଧା ହେବାକୁ ବସିଲାଣି କିନ୍ତୁ ଶୀତର (Winter)ଦେଖାନାହିଁ ।  ଦିନ କେଇଟା ପରେ ଫେରିଯିବ ମୌମୁମୀ ((Monsoon) । ଏନେଇ ପାଗ ବି ବେଶ୍ ଅନୁକୂଳ ରହିଛି । କିନ୍ତୁ ମୌମୁମୀ ଫେରିବା ପୂର୍ବରୁ ରାଜ୍ୟରେ ଏବେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଖରାଦିନ ଭଳି ଖରା ବି ହେଉଛି । ଦିନ ୧୦ଟା ହେଲେ ମୁଣ୍ତ ଫଟା ଖରା ଯୋଗୁଁ ବାହାରକୁ ବାହାରି ହେଉନି। ଆସନ୍ତା ୧୦ ଦିନ ଏଭଳି ପାଗ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre) ପକ୍ଷରୁ କୁହାଯାଇଛି। ସାଧାରଣତଃ ଅଧିକାଂଶ ଜିଲ୍ଲାର ତାପମତ୍ରା ସ୍ବାଭାବିକ୍ ଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହୁଛି । ଫଳରେ ତାତିରେ (Heat wave)କଲବଲ ହେଉଛନ୍ତି ରାଜ୍ୟବାସୀ।


COMMERCIAL BREAK
SCROLL TO CONTINUE READING

Also Read: Train Accident: ପୁଣି ଟ୍ରେନ୍‌ ଦୁର୍ଘଟଣା; ଲାଇନଚ୍ୟୁତ ହେଲା ୨୧ଟି ବଗି, ୪ ଯାତ୍ରୀ ମୃତ


 



୩୬ ଡିଗ୍ରୀ ଉପରେ ୭ ସହରର ତାପମାତ୍ରା ରେକର୍ଡ କରାଯାଇଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ବୁଧବାର ଦିନ (ଗତକାଲି) ଚାନ୍ଦବାଲିରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ସେହିପରି ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟର ବର୍ଷାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।  ବାୟୁମଣ୍ଡଳରୁ ଜଳୀୟବାଷ୍ପର ପରିମାଣ ମଧ୍ୟ କମିଛି । ଫଳରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ବାଭାବିକ ଅଧିତ ତାପମାତ୍ରା ବଢିଛି । ବୁଧବାର ଦିନ ରାଜ୍ୟରେ ୧୯ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା। ପାଣିପାଗ ବିଭାଗର ତାଜା ସୂଚାନା ଅନୁଯାୟୀ,  ରାଜ୍ୟରୁ ମୌସୁମୀ ଅପସାରଣ ନେଇ ପାଗ ଅନୁକୂଳ ରହିଛି । ଦୁଇ ଦିନ ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରୁ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହେବ।


ପ୍ରକାଶ ଥାଉ କି, ଉତ୍ତର ଦିଗରୁ ପବନ ଆସୁ ନଥିବାରୁ ଏବେ ରାଜ୍ୟର ତାପମାତ୍ରା ବଢିଛି । ଅନ୍ୟପଟେ ଏ ଯାଏଁ ସମୂର୍ଣ୍ଣ ଭାବେ ମୌସୁମୀ ବିଦାୟ ନେଇ ନଥିବା ବେଳେ ଚଳିତ ବର୍ଷ ଥଣ୍ତା (Winter) ବିଳମ୍ବରେ ଅନୁଭୂତ ହେବ ।  ସାଧାରଣତଃ ଏହି ସମୟରେ ମୌସୁମୀ ବିଦାୟ ନେବା ପରେ ଚେନ୍ନାଇ ଉପକୂଳରେ ଲଘୁଚାପ (low pressure) ସୃଷ୍ଟି ହୋଇଥାଏ ଯାହା ଫଳରେ ଓଡ଼ିଶାରେ ଥଣ୍ଡା ପଡ଼ିଥାଏ ବୋଲି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ ମତ ଦେଇଛନ୍ତି ।